Advertisment

DMF ଟ୍ରଷ୍ଟରୁ ୯କୋଟିର ସନ୍ଦେହଜନକ ଟ୍ରାଞ୍ଜାକ୍ସନ; ଥାନାରେ ଏତଲା

ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନାହିଁ।

9 crore suspicious transaction

9 crore suspicious transaction

Advertisment

ମୟୂରଭଞ୍ଜ DRDA ଅଧୀନରେ କାମ କରୁଥିବା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡସ ଟ୍ରଷ୍ଟର ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ଟଙ୍କାର ସନ୍ଦେହଜନକ ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ୯ କୋଟିରୁ ଅଧିକ ଟଙ୍କା ବେଆଇନ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଛି। ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ସଂଯୁକ୍ତା କାନୁନଗୋ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଲିଖିତ ଅଭିଯୋଗ ଅନୁଯାୟୀ ଗତ ୧୦ ରୁ ୧୮ ତାରିଖ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ୪ଟି ଚେକରେ ଟ୍ରାଞ୍ଜାକ୍ସନ ହୋଇଛି । ଯେଉଁଥିରେ ଭିନ୍ନ ଭିନ୍ନ ଦିନରେ ଦୁଇ କୋଟି ତିନି କୋଟି କରି ସର୍ବମୋଟ ୯ କୋଟି୫୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନୀର ଆକାଉଣ୍ଟକୁ ପଠାଯାଇଛି। ଏହି ସବୁ ଏକାଉଣ୍ଟରଟ୍ରାଞ୍ଜାକ୍ସନକୁ ନେଇ ସନ୍ଦେହ ହେବାରୁ ବାରିପଦା ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେ ନେଇ କୌଣସି ସୂଚନା ନାହିଁ।

Advertisment

ଭଞ୍ଜପୁର ଥାନା ପୋଲିସ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସି ଏନେଇ ତଦନ୍ତ କରୁଥିବା ବେଳେ ଦଫା ୪୨୦, ୪୬୮, ୪୧୯, ୪୭୧ ଦଫାରେ ମାମଲା ରୁଜୁ କରିଛି । ମୟୂରଭଞ୍ଜ ପିଡି ଡିଆରଡିଏ କହିଛନ୍ତି, ପୋଲିସ ଏ ନେଇ ତାଙ୍କୁ ଯୋଗାଯୋଗ କରିଥିଲା। ତେବେ ଅଫିସ ପକ୍ଷରୁ କୌଣସି ଚେକଦିଆଯାଇନାହିଁ କିମ୍ୱା ଅଭିଯୋଗ ହୋଇଥିବା କମ୍ପାନୀଗୁଡିକ ସହିତ କୌଣସି ଦେଣନେଣ ମଧ୍ୟ କରାଯାଇନାହିଁ।

DMF Fund Cash Transactions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ