Advertisment

ସଜେଇ ହୋଇଛି ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅଦ୍ୟତନ ହୋଇଛି
Independence day

Independence day

Advertisment

ଦିଲ୍ଲୀରୁ ପଲ୍ଲୀ । ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ମୋହନ ମାଝୀ ପତାକା ଉତ୍ତୋଳନ କରିବେ। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧି ମାର୍ଗ ଏଥିପାଇଁ ସଜେଇ ହୋଇ ରହିଛି । ପୋଲିସ୍ ଓ ବିଭିନ୍ନ ଫୋର୍ସ ପକ୍ଷରୁ ସ୍ୱତନ୍ତ୍ର ପରେଡ୍ ପ୍ରଦର୍ଶନ କରାଯିବ ।

Advertisment

ଚଳିତବର୍ଷ ପରେଡରେ ଏନସିସି, ସ୍କାଉଟ ଗାଇଡ, ଅର୍ଦ୍ଧସାମରିକ ଓ ସାମରିକ ଭଳି ବିଭିନ୍ନ କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୫୮ଟି ଟ୍ରୁପ୍ ଅଂଶଗ୍ରହଣ କରୁଛନ୍ତି । ଚଳିତଥର ଇଣ୍ଡୋ ତିଦ୍ଦତୀୟାନ ବର୍ଡର ପୋଲିସ ସହ ଛତିଶଗଡ ଷ୍ଟେଟ୍ ଆର୍ମ ପୋଲିସ ଯୋଗ ଦେଉଛନ୍ତି । ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ବି ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆ ବୋହୂ ରୂପ ନେଇଛି ରାଜଧାନୀ ଭୁବନେଶ୍ୱର । ସବୁଠି ସୁନ୍ଦର ଆଲୋକ ମାଳାରେ ସଜା ଯାଇଛି । ନୀଳ ନାଲି ଆଲୁଅରେ ଝଟକୁଛି ରାଜଧାନୀ । ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା, ପୋଲିସ କମିଶନରେଟ ମୁଖ୍ୟାଳୟ ସଜେଇ ହୋଇଛି । କୃଷି ଭବନ, ଲୋକ ସଂପର୍କ ଭବନ ଏବଂ ରାସ୍ତାଘାଟକୁ ମଧ୍ୟ ଆଲୋକରେ ସଜେଇ ହୋଇଛି । ଗତକାଲି ସନ୍ଧ୍ୟାରେ ଏଥିପାଇଁ ଛକ ଛକରେ ଭିଡ ଦେଖିବାକୁ ମିଳିଥିଲା । ସୁନ୍ଦର ଆଲୋକମାଳା ଦେଖି କିଏ ଫଟୋ ଉଠାଉ ଥିଲା ତ ଆଉ କିଏ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।

Advertisment
Independence Day Mahatma Gandhi Marg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ