Petrol Pump Scam
ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ସମୟରେ ଆପଣ ହେଉନାହାନ୍ତି ତ ଠକାମୀର ଶିକାର ? ପଟ୍ରୋଲ ପମ୍ପରେ ଠକେଇ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ହେଉଥିବା ଜଣାପଡ଼ିଛି । ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ହେଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ବର୍ଷକରେ ୨ ହଜାର ୮ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିିଥିବା ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ଜଣାପଡ଼ିଛି ।
ସାଧାରଣ ବାଇକ୍ ଚାଳକଟିଏ ବିଶ୍ୱାସର ସହ ପେଟ୍ରୋଲ ପମ୍ପରେ ପହଞ୍ଚି ଗାଡ଼ିରେ ନିର୍ଦ୍ଦିଷ୍ଟ ଟଙ୍କାର ପେଟ୍ରୋଲ ପକାଇବାପାଇଁ କୁହନ୍ତି । ଏଥିପାଇଁ ଉଚିତ୍ ମୂଲ୍ୟ ମଧ୍ୟ ଦିଅନ୍ତି କିନ୍ତୁ ଉପଯୁକ୍ତ ପରିମାଣର ପେଟ୍ରୋଲ ଗ୍ରାହକଙ୍କୁ ମିଳେ ତ ? ପଟ୍ରୋଲ ପମ୍ପରେ ଠକେଇ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ ପରେ ଏପରି ପ୍ରଶ୍ନ ଏବେ ଗ୍ରାହକଙ୍କ ମନରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724838245.jpg)