ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ୩୨ ଜଣ ବିଦା, ଅବସର ପରେ ମିଳିଥିଲା ନିଯୁକ୍ତି

ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଅନେକ ଅଧିକାରୀଙ୍କୁ ଅବସର ପରେ ଦିଆଯାଇଥିଲା OSD ଭାବେ ନିଯୁକ୍ତି ।

Puri Sri Mandir Administration Office

ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କ୍ଷେତ୍ର ସହ ରାଜସ୍ୱ କ୍ଷେତ୍ରରେ ଅବସର ନେଇଥିବା ୩୨ଜଣ କର୍ମଚାରୀଙ୍କୁ ବିଦା କରିଦିଆଯାଇଛି । ଗତ ୧୦ବର୍ଷ ଭିତରେ ଅନେକ ଅଧିକାରୀଙ୍କୁ ଅବସର ପରେ OSD ଭାବେ ନିଯୁକ୍ତି ଦିଆଯାଇଥିଲା। ଏପରିକି ଅନେକ କାର୍ଯ୍ୟରେ ମୁଖ୍ୟ ଭୂମିକା ନେଉଥିଲେ ଏବଂ ନିଷ୍ପତ୍ତି ନେଉଥିଲେ।

ଏବେ ବି ନୀତିକାନ୍ତି କ୍ଷେତ୍ରରେ ମଧ୍ୟ ଅବସର ନେଇଥିବା କର୍ମଚାରୀ କାମ କରୁଛନ୍ତି । ସେମାନଙ୍କୁ ଅବସର ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ୩୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ମୁତୟନ ହେଲେ ସେନା କର୍ମଚାରୀ । ମୋଟ ୨୦ ଜଣଙ୍କୁ ମିଳିଛି ନିଯୁକ୍ତି । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ଏହି ପଦକ୍ଷେପ ନିଆଯାଇଛି ।