Advertisment

ଦିଲ୍ଲୀରେ ଚମକିଲେ ୩ ଓଡ଼ିଆ ଶିକ୍ଷାର୍ଥୀ

କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ।

Student

Student

Advertisment

ତୁଳସୀ ଦୁଇପତ୍ରରୁ ବାସେ। ସ୍କୁଲ ଦିନରୁ ହିଁ ପିଲାଙ୍କର ସୃଜନଶୀଳତାର ପରିଚୟ ମିଳିଥାଏ। କେବଳ ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଭୁବନେଶ୍ୱରର ତିନିଜଣ ଦକ୍ଷ ବିଦ୍ୟାର୍ଥୀ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବାରେ ସଫଳ ହୋଇଛନ୍ତି। ଏମାନେ ହେଲେ ସ୍ୱୟମ୍ ମହାନ୍ତି, ଅନ୍ତରୀକ୍ଷ ଦାସ ଏବଂ ଅନନ୍ୟା ଧବନ୍। ଗତ ମାସ ୯ ଓ ୧୦ ତାରିଖରେ ଆଇଆଇଟି ଦିଲ୍ଲୀଠାରେ ଆୟୋଜିତ ଚତୁର୍ଥ Youth Ideathon 2024ରେ ଭାଗ ନେଇ 'Top 100 Innovators in India'ରେ ଗର୍ବର ସହିତ ସ୍ଥାନ ପାଇଛନ୍ତି।

Advertisment

ଏହି ପ୍ରତିଯୋଗିତାରେ ୫ ହଜାର ସ୍କୁଲରୁ ଆସିଥିବା ୧ ଲକ୍ଷ ୮୦ ହଜାରରୁ ଅଧିକ ଯୁବ ଉନ୍ମେଷକାରୀ ବୈଜ୍ଞାନିକଙ୍କ ଭିତରେ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ସ୍ଥାନ ପାଇଥିଲେ ଭୁବନେଶ୍ୱରର ଏହି ତିନିଜଣ ଛାତ୍ରଛାତ୍ରୀ। ଏହି ଦଳ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ Vari Pure ମାଧ୍ୟମରେ ଏହି ଆଶ୍ଚର୍ଯ୍ୟଜନକ ସଫଳତା ପାଇଥିଲେ। ଏହା ଏକ ପୋର୍ଟେବଲ୍, କେମିକାଲ୍-ମୁକ୍ତ ଜଳ ସୁଦ୍ଧିକରଣ ଯନ୍ତ୍ର, ଯାହା Best Social Campaign ପୁରସ୍କାର ମଧ୍ୟ ଅର୍ଜନ କରିଛି।

Studentsଦିଲ୍ଲୀରେ ଚମକିଲେ ୩ ଓଡ଼ିଆ ଶିକ୍ଷାର୍ଥୀ

କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ। ପିଲାମାନଙ୍କର ଏହି ଇନୋଭେସନରେ ସୋମାନେ ଖୋଜିଥିଲେ, ମାନବ ସମାଜ ପ୍ରତି ଏହା କେମିତି ସେବାରେ ଲାଗିପାରିବ।

Advertisment

ଏହି ପ୍ରକଳ୍ପର ବିଶ୍ୱସନୀୟତା, ସାମାଜିକ ଆବଶ୍ୟକତା, ପୁଞ୍ଜିନିବେଶ ସମ୍ଭାବନା ଓ ଏହାର ବାସ୍ତବତା ସଂପର୍କରେ ପରଖିବା ସହିତ ଏ ସଂପର୍କରେ ପଚାରି ବୁଝିଥିଲେ ଜୁରିମାନେ। IIT ଦିଲ୍ଲୀର ରେକ୍ଚର୍ ହଲରେ ଏହି ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ପଦକ। ପିଲାଙ୍କ ସାଥୀରେ ଥିଲେ ସେମାନଙ୍କ ସ୍କୁଲ ମେଣ୍ଟର ଓ ଅନ୍ୟ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ