Advertisment

Govt Officials: ଭିଜିଲାନ୍ସ ଜାଲରେ ୧୯୯ ସରକାରୀ ବାବୁ

୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୯୯ ସରକାରୀ ବାବୁ। ୧୯୯ ଦୁର୍ନୀତି ଖୋର ବାବୁଙ୍କୁ ଧରିଲେଣି ନୂଆ ସରକାର।

Odisha Assembly

Odisha Assembly

Advertisment

୧୫ ମାସରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ୧୯୯ ସରକାରୀ ବାବୁ। ୧୯୯ ଦୁର୍ନୀତି ଖୋର ବାବୁଙ୍କୁ ଧରିଲେଣି ନୂଆ ସରକାର। ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ।

Advertisment

ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।

Advertisment

ଉକ୍ତ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ନଗଦ ରାଶି ୮.୩୮କୋଟି ଟଙ୍କା, ୨୧୮ ଗୋଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ଟି ସୁନା ବିସ୍କୁଟ ସହିତ ମୋଟ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଗୋଟି ଫାର୍ମ ହାଉସ, ୪୪.୨୧ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବିମା ରାଶି ଅନ୍ତର୍ଭୁକ୍ତ । ସେହିପରି ମୋଟ ୭୮୫ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି। ସେମାନଙ୍କ ମଧ୍ୟରୁ ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି।

Odisha CM Odisha Assembly Session Vigilance Raid Odisha Assembly Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ