ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ଅଛନ୍ତି ଘଡ଼ିଆଳ

ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ ଡ୍ୟାମରେ ଅଛନ୍ତି ୮୪ ଗୋ-ମୁହାଁ କୁମ୍ଭୀର ।

Crocodile

ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ଜଙ୍ଗଲ ଓ ପରିବେଶମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ରାଜ୍ୟରେ ମୋଟ ୨ ହଜାର ୯୮ ହାତୀ ଓ ୨୭ଟି ବାଘ ଅଛନ୍ତି । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ୨୦୨୪ ମସିହାରେ କରା ଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ, ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ଅଛନ୍ତି ।

ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି । ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ୍ ଅଛନ୍ତି । ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶାଗତ ପକ୍ଷୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିସହ ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ।

ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି ବୋଲି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଏବେ ରାଜ୍ୟରେ ଅଛନ୍ତି ୨ ହଜାର ୯୮ ହାତୀ ଓ ୨୭ଟି ବାଘ।