Advertisment

କନ୍ଧମାଳରେ ଏନ୍‌କାଉଣ୍ଟର: ଜଣେ କ୍ୟାଡର ମାଓବାଦୀ ନିହତ

କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।

ଅଦ୍ୟତନ ହୋଇଛି
Maoist

Maoist

Advertisment

କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ତା ନିକଟରୁ ଗୋଟିଏ ଏକେ ୪୭ ସହ ଅନେକ ମାଓସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ ବା KKBN ସଂଗଠନ ସକ୍ରିୟ ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Advertisment

ଗତ ୨୩ ତାରିଖରେ କନ୍ଧମାଳ ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଲୁଚିଥିବା ସଂପର୍କରେ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା । ପୋଲିସ ଓ ଏସଓଜି ଯବାନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ସୂଚନାଅନୁଯାୟୀ, ୨୦୨୪ ମସିହାରେ ଓଡ଼ିଶା ପୋଲିସର ମାଓ ବିରୋଧୀ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

Maoist Gunfight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ