Advertisment

ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲା; ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଗିରଫ କଲା ପୋଲିସ

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।

Elvish Yadav arrested

Elvish Yadav arrested

Advertisment

ଲୋକପ୍ରିୟ ୟୁଟ୍ୟୁବର ତଥା ବିଗବସ୍ ଓଟିଟି-୨ର ବିଜେତା ଏଲଭିଶ ଯାଦବ ଗିରଫ। ସାପ ବିଷ ମାମଲାରେ ବଡ଼ ଆକ୍ସନ ନେଇଛି ନୋଏଡା ପୋଲିସ। ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ମାମଲାରେ ଗିରଫ ହୋଇଛନ୍ତି ଏଲଭିଶ। ନୋଏଡାର ସେକ୍ଟର-୨୦ ପୋଲିସ ୟୁଟ୍ୟୁବର୍ ଏଲଭିଶଙ୍କୁ ଗିରଫ କରିଛି।

Advertisment

ଗତବର୍ଷ ନଭେମ୍ବରରେ, ନୋଏଡା ପୋଲିସ ସେକ୍ଟର ୫୧ରେ ଏକ ଗେଷ୍ଟ ହାଉସରେ ଚାଲିଥିବା ଏକ ରେଭ ପାର୍ଟିରେ ଚଢାଉ କରି ସାପ ବିଷ ଜବତ କରିଥିଲା। ଏହି ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା। ରାହୁଲ, ଟିଟୁନାଥ, ଜାକରନ୍, ନାରାୟଣ ଏବଂ ରବିନାଥଙ୍କୁ ଗିରଫ କରିଥିଲା ପୋଲିସ ।ଏଥିରେ ଏଲଭିଶ ଯାଦବ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ସେମାନଙ୍କ ନିକଟରୁ ପାଞ୍ଚ ପ୍ରଜାତିର ୯ ସାପ ମିଳିଥିଲେ ଆଉ ବିଷ ମଧ୍ୟ ଜବତ ହୋଇଥିଲା। ପୋଲିସ ରାହୁଲଙ୍କଠାରୁ ୨୦ମିଲିଲିଟର ବିଷ ଜବତ କରିଥିଲା।

Advertisment

ଏହି ବିଷ ଟେଷ୍ଟ ପାଇଁ ଫରେନସିକ୍ ଲ୍ୟାବ ପଠାଯିବା ପରେ ଏହା ଅଜଗର ବିଷ ବୋଲି ଜଣାପଡିଥିଲା। ପୋଲିସର ସୂଚନା ଅନୁଯାୟୀ, ଏଲଭିଶ ରେଭ ପାର୍ଟିରେ ସାପ ବିଷ ଯୋଗାଇବା ସହିତ ଭିଡିଓ କରିଥିଲେ। ଫରେନସିକ୍ ରିପୋର୍ଟ ଆସିବା ପୂର୍ବରୁ ମଧ୍ୟ ଏଲଭିଶ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ନୋଏଡା ରେଭ୍ ପାର୍ଟି ସମୟରେ ସେ ମୁମ୍ବାଇରେ ଥିଲେ ଏବଂ ତାଙ୍କର ଏହି ମାମଲା ସହିତ କୌଣସି ସମ୍ପର୍କ ନାହିଁ। ନୋଏଡା ପୋଲିସ ଆଜି ତାଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି ।

Rave Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ