Advertisment

ଆଙ୍ଗୁଳି ଟିପରେ ୧୦୯ ଥର ପୁଶ୍ ଅପ୍ କରି ରେକର୍ଡ କଲେ ୨୪ ବର୍ଷର ଯୁବକ

ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁଶ୍ ଅପ୍। ଆପଣ ଏମିତି ଅନେକ ପୁଶ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁଶ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁଶ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ।

ଅଦ୍ୟତନ ହୋଇଛି
push up

push up

Advertisment

ବୟସ ମାତ୍ର ୨୪ । ଆଙ୍ଗୁଳି ଟିପରେ କରୁଛନ୍ତି ନନଷ୍ଟପ ପୁଶ ଅପ୍। ଥରେ ନୁହେଁ, ଗୋଟିଏ ମିନିଟରେ କଲେ ୧୦୯ ଥର ପୁଶ୍ ଅପ୍ । ଏବେ ଗିନିସ୍ ବୁକ୍‌ ଅଫ୍‌ ରେକର୍ଡରେ ପାଇଲେ ସ୍ଥାନ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ମଣିପୁରର ଯୁବକ ୨୪ ବର୍ଷୀୟ ଯୁବକ ଥୌନାଓଜାମ୍‌ ନିରଞ୍ଜୋୟ ସିଂହ । ଏକ ମିନିଟ୍‌ରେ ଆଙ୍ଗୁଳି ଟିପ ସାହାଯ୍ୟରେ ୧୦୯ ଥର ପୁଶ୍ ଅପ୍‌ କରି ଗିନିସ୍ ରେକର୍ଡ କରିଛନ୍ତି । ଗିନିସ୍ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ଲାଗି ମଣିପୁର ଇମ୍ଫାଲର ଆଜଟେକ୍‌ ଫାଇଟ୍‌ସ ଷ୍ଟୁଡିଓରେ ଆଜ୍‌ଟେକ୍‌ ସ୍ପୋର୍ଟସ୍‌ ପକ୍ଷରୁ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ଟ୍ୱିଟର କରି ଏଭଳି ଅନନ୍ୟ ରେକର୍ଡ ପାଇଁ ଥୌନାଓଜାମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ମଣିପୁରୀ ଯୁବକ ଥୌନାଓଜାମ୍‌ଙ୍କର ଅବିଶ୍ୱସନୀୟ ଶକ୍ତି ଦେଖି ଅଭିଭୂତ ହେଲି । ତାଙ୍କର ଏହି ଉପଲବ୍ଧିକୁ ନେଇ ମୁଁ ଖୁବ୍‌ ଗର୍ବିତ । ତାଙ୍କୁ ଅନେକ ଅଭିନନ୍ଦନ।

Advertisment

ପୂର୍ବରୁ ଆଙ୍ଗୁଳି ଟିପ ସାହାଯ୍ୟରେ ଏକ ମିନିଟ୍‌ରେ ସର୍ବାଧିକ ପୁଶ୍ ଅପ୍‌ କରିବାର ବିଶ୍ୱ ରେକର୍ଡ ବ୍ରିଟେନ୍‌ର ଗ୍ରାହାମ୍‌ ମାଲେଙ୍କ ନାମରେ ଥିଲା । ୨୦୦୯ ମସିହାରେ ସେ ଏହି ରେକର୍ଡ କରିଥିଲେ। ଦୀର୍ଘ ୧୩ ବର୍ଷ ପରେ ମାଲେଙ୍କ ରେକର୍ଡ ଜଣେ ଭାରତୀୟ ଭାଙ୍ଗିବା ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି ।

Guinness World Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ