Advertisment

ସୁଇସାଇଡ୍‌ କରିବାକୁ ଯାଇ ପ୍ରେମିକା ବଞ୍ଚିଗଲା, ଉଦ୍ଧାର କରିବାକୁ ଯାଇ ପ୍ରେମିକର ଜୀବନ ଗଲା

କାଳ ହେଲା ତ୍ରିକୋଣୀୟ ପ୍ରେମ(Love Triangle) । ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସମ୍ପର୍କ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। ସମ୍ପୃକ୍ତ ଯୁବକ ଦୁଇ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ଭେଟ କରାଇବା ଲାଗି ଦକ୍ଷିଣ କନ୍ନଡ ଜିଲ୍ଲା ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ।

ଅଦ୍ୟତନ ହୋଇଛି
Youth Dies While Saving Gir Friend

Youth Dies While Saving Gir Friend

Advertisment

କାଳ ହେଲା ତ୍ରିକୋଣୀୟ ପ୍ରେମ(Love Triangle)। ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସମ୍ପର୍କ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। କର୍ଣ୍ଣାଟକରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ଯୁବକ ଦୁଇ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ଭେଟ କରାଇବା ଲାଗି ଦକ୍ଷିଣ କନ୍ନଡ ଜିଲ୍ଲା ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ। ହେଲେ ସେଠାରେ ୨ ଯୁବତୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଯୋଗୁ ଜଣେ ଯୁବତୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ମଧ୍ୟ ସମୁଦ୍ରକୁ ଡେଇଁଥିଲେ। ତେବେ ଯୁବତୀ ଜଣକ ବଞ୍ଚି ଯାଇଥିଲେ। ହେଲେ ଯୁବକଙ୍କ ଜୀବନ ଚାଲି ଯାଇଥିଲା। ମୃତ ଯୁବକ ହେଲେ ୨୮ ବର୍ଷୀୟ ଲୟଡ୍‌ ଡିସୁଜା। 

Advertisment

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କନ୍ନଡ ଜିଲ୍ଲା ସ୍ଥିତ ସୋମେଶ୍ୱର ବେଳାଭୂମିରେ ଏହି ଘଟଣା ଘଟିଛି। ଲୟଡ୍‌ ଇଲିୟାରପଡାୱୁରେ ରହୁଥିଲେ। ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସେ ସମ୍ପର୍କ ରଖିଥିଲେ। ୨ ଯୁବତୀଙ୍କ ସହ ଆଫେୟାର୍ସକୁ ନେଇ କଥାବାର୍ତ୍ତା ଲାଗି ଉଭୟଙ୍କୁ ସେ ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ। ହେଲେ ସେଠାରେ ଆଲୋଚନା ବେଳେ ଜଣେ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଲୟଡ୍‌ଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଗର୍ଲଫ୍ରେଣ୍ଡ୍‌ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଲୟଡ୍‌ ମଧ୍ୟ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଗର୍ଲଫ୍ରେଣ୍ଡ୍‌ ବଞ୍ଚି ଯାଇଥିଲେ, ହେଲେ ଲୟଡ୍‌ ସମୁଦ୍ରରେ ବୁଡ଼ି ଯାଇଥିଲେ।

ଲୟଡ୍‌ଙ୍କୁ ସମୁଦ୍ରରେ ବୁଡ଼ି ଯାଉଥିବା ଦେଖି ଉପସ୍ଥିତ ଲୋକେ ତାଙ୍କୁ ବଞ୍ଚାଇବା ଲାଗି ପ୍ରୟାସ କରିଥିଲେ। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୟଡ୍‌ ଅବୁଧାବିରେ କାର୍ଯ୍ୟ କରୁଥିଲେ। କରୋନା ମହାମାରୀ ସମୟରେ ଗାଁକୁ ଆସିଥିଲେ ଓ ବର୍ଷେ ରହିଥିଲେ। ଏହି ସମୟରେ ସୋସିଆଲ୍‌ ମିଡିଆ ମାଧ୍ୟମରେ ୨ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ଏହାପରେ ସେ ଏକାସଙ୍ଗେ ଦୁଇ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। 

Advertisment

ଆଫେୟାର୍ସକୁ ନେଇ ୩ ଜଣଙ୍କ ମଧ୍ୟରେ ଗତ କିଛିଦିନ ହେବ ପାଟିତୁଣ୍ଡ ଲାଗି ରହିଥିଲା। ଲୟଡ୍‌ ଘଟଣାର ସମାଧାନ ଚାହୁଁଥିଲେ। ଏଥିପାଇଁ ସେ ଦୁଇ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ବେଳାଭୂମିକୁ ଡାକିଥିଲେ। ହେଲେ ଘଟଣାର ସମାଧାନ କରିବା ପରିବର୍ତ୍ତେ ତାଙ୍କ ଜୀବନ ଚାଲି ଯାଇଥିଲା। ଗର୍ଲଫ୍ରେଣ୍ଡ୍‌ଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଜୀବନ ଚାଲି ଯାଇଛି। ଘଟଣାକୁ ନେଇ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Love Triangle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ