Advertisment

ମହିଳା ପୋଷାକ ପିନ୍ଧି ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଲା ଭାଇରାଲ୍‌...

ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।

ଅଦ୍ୟତନ ହୋଇଛି
special report

special report

Advertisment

ଆମେରିକାର ରାସ୍ତା ଉପରେ ନାଚିଲେ ଯୁବକ। ଯୁବତୀ ପୋଷାକ ପିନ୍ଧି ନାଚୁଥିବା ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି । ଆଉ ଯୁବକଙ୍କ ନୃତ୍ୟ ପ୍ରଦର୍ଶନ ଶୈଳୀ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି। ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଥିବା ଭିଡିଓଟିର ପାଖାପାଖି 20 ମିଲିୟନ୍‌ ଭିୟୁ ହୋଇ ସାରିଲେଣି। ବ୍ୟାକ୍‌ ଗ୍ରାଉଣ୍ଡରେ ‘ଗଙ୍ଗୁବାଇ’ ଚଳଚ୍ଚିତ୍ରର ଫିମେଲ୍‌ ଭଏସ୍‌ର ଗୀତ ବାଜୁଥିବା ବେଳେ ଯୁବକ ଜଣକ ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବତୀ ପରି ଅଙ୍ଗୀଭଙ୍ଗୀରେ ନାଚ କରୁଥିବା ଦେଖିବାକୁ ମିଳୁଛି।

Advertisment

ଆମେରିକା ରାସ୍ତାରେ ନୃତ୍ୟ ପ୍ରଦର୍ଶନ କରିଥିବା ଯୁବକ ଜଣକ ହେଲେ ପ୍ରସିଦ୍ଧ କୋରିଓଗ୍ରାଫର୍‌ ଜୈନିଲ୍‌ ମେହେଟା । ମହିଳାଙ୍କ ଷ୍ଟାଇଲରେ ଚମତ୍କାର ଶୈଳୀରେ ନୃତ୍ୟ କରି ସେ ସମସ୍ତଙ୍କ ମନ ଜିଣି ନେଇଛନ୍ତି । ଭିଡିଓଟିରେ ଜୈନିଲ୍‌ ଏକ ସ୍କଟ୍‌ ଓ ଟପ୍‌ ପିନ୍ଧିଥିବାର ନଜର ଆସୁଛନ୍ତି । ଆଲିଆ ଭଟ୍ଟଙ୍କ ଲୋକପ୍ରିୟ ଗୀତ ‘ଝୁମେ ରେ ଗୌରୀ’ରେ ସେ ନୃତ୍ୟ ପରିବେଷଣ କରୁଛନ୍ତି ।

ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଭିଡିଓଟିକୁ ସେୟାର କରି ଜୈନିଲ୍‌ ଲେଖିଛନ୍ତି, ‘ମୋ ପାଇଁ ଏହା କୋରିଓଗ୍ରାଫି ନୁହେଁ। ମୋ ପାଇଁ ନାଚିବା ଓ ଲୋକଙ୍କ ସହ ଯୋଡି ହେବାର ଏହା ହେଉଛି ଏକ ମାଧ୍ୟମ। ଗୀତଟିରେ ମୁଁ କେତେ ଭଲ ନୃତ୍ୟ ବା କୋରିଓଗ୍ରାଫି କରିପାରିବି ତାହା ନୁହେଁ, ମୋ ପାଇଁ ଏହା ସଂଗୀତର ଉଚିତ ମହତ୍ୱକୁ ବୁଝାଇବା ଅଧିକ ଗୁରୁତ୍ୱ ରକେ । ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ୟୁଜର୍ସ କୋରିଓଗ୍ରାଫର୍‌ ଜୈନିଲ୍‌ ମେହେଟାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

Advertisment
Special Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ