Advertisment

Extramarital Affair: ବିବାହିତ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା...କହିଲେ, ପରକୀୟା ସମ୍ପର୍କ ରଖି ଅପରାଧ କରିଛ

ମହିଳାଙ୍କ ଓକିଲ ଯୁକ୍ତି ବାଢିଥିଲେ, ଅଭିଯୁକ୍ତ ଯୁବକ ଜଣଙ୍କ ବିବାହ ବାହାନାରେ ମହିଳାଙ୍କୁ ଅନେକ ଥର ହୋଟେଲ ଏବଂ ଗେଷ୍ଟ ହାଉସ୍‌କୁ ଡକାଇଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ, ତାଙ୍କ ଡାକରେ ଆପଣ ବାରମ୍ବାର କାହିଁକି ହୋଟେଲକୁ ଯାଉଥିଲେ? ଆପଣ ଭଲ ଭାବରେ ଜାଣନ୍ତି ଯେ ବିବାହ ବାହାରେ ସମ୍ପର୍କ ରଖିବା ଏକ ଅପରାଧ।

ସୁପ୍ରିମକୋର୍ଟଙ୍କ ସମାଲୋଚନା

ସୁପ୍ରିମକୋର୍ଟଙ୍କ ସମାଲୋଚନା

Advertisment

ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ତାଙ୍କୁ ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ ମହିଳାଙ୍କୁ କହିଛନ୍ତି ଯେ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥିବାରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇପାରିବ।

Advertisment

ତୁମେ ବୁଦ୍ଧିମାନ, ତଥାପି...। ମହିଳା ଜଣକ ଜଣେ ପୁରୁଷଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ।

ଯୁବକ ଜଣଙ୍କ ମହିଳାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଙ୍କ ଓକିଲ ଯେତେବେଳେ ଏହି ଯୁକ୍ତି ରଖିଥିଲେ, ଜଷ୍ଟିସ୍ ଏମଏମ ସୁନ୍ଦରେଶ ଓ ଜଷ୍ଟିସ୍ ଏନ୍‌ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଉଚିତ ଜବାବ ଦେଇଥିଲେ। କୋର୍ଟ ମହିଳାଙ୍କୁ କହିଥିଲେ, ତୁମେ ଜଣେ ବିବାହୀତ ମହିଳା । ତୁମେ ଦୁଇଟି ପିଲାର ମାଆ। ତୁମେ ବୁଦ୍ଧିମାନ। ଏହା ସତ୍ତ୍ୱେ, ତୁମେ କିପରି ବାହାରେ ସମ୍ପର୍କ ରଖିପାରିବ ? 'ବିବାହ ବାହାରେ ସମ୍ପର୍କ ରଖିବା ଅପରାଧ'

Advertisment

ମହିଳାଙ୍କ ଓକିଲ ପୁଣି ଯୁକ୍ତି ବାଢିଥିଲେ, ଅଭିଯୁକ୍ତ ଯୁବକ ଜଣଙ୍କ ବିବାହ ବାହାନାରେ ମହିଳାଙ୍କୁ ଅନେକ ଥର ହୋଟେଲ ଏବଂ ଗେଷ୍ଟ ହାଉସ୍‌କୁ ଡକାଇଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ, ତାଙ୍କ ଡାକରେ ଆପଣ ବାରମ୍ବାର କାହିଁକି ହୋଟେଲକୁ ଯାଉଥିଲେ? ଆପଣ ଭଲ ଭାବରେ ଜାଣନ୍ତି ଯେ ବିବାହ ବାହାରେ ସମ୍ପର୍କ ରଖିବା ଏକ ଅପରାଧ।

ଏହା ସହିତ, ଖଣ୍ଡପୀଠ କହିଥିଲେ, ପାଟନା ହାଇକୋର୍ଟ ଯୁବକଙ୍କୁ ଆଗୁଆ ଜାମିନ ପ୍ରଦାନ କରି ଠିକ୍ କାମ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମହିଳାଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

Advertisment

ପୂରା ମାମଲା କ’ଣ

ବିବାହିତ ମହିଳା ଏବଂ ଅଭିଯୁକ୍ତ ଯୁବକ ୨୦୧୬ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଜାଣିଥିଲେ। ପରେ ସେମାନେ ସମ୍ପର୍କରେ ଆସିଥିଲେ।

ମହିଳାଙ୍କ କହିବା କଥା ଯୁବକଙ୍କ ଚାପରେ ଆସି ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ପରିବାର କୋର୍ଟ ମାର୍ଚ୍ଚ ୬ରେ ସେମାନଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ।

ଛାଡ଼ପତ୍ର ପାଇବାର ଦୁଇ ସପ୍ତାହ ମଧ୍ୟରେ, ମହିଳା ଜଣକ ଯୁବକଙ୍କୁ ବିବାହ କରିବାକୁ କହିଥିଲେ। ସେ କିନ୍ତୁ ମନା କରିଦେଇଥିଲେ। ତା’ପରେ ମହିଳା ଜଣକ ବିହାର ପୋଲିସରେ ଅଭିଯୋଗ କରିଥିଲେ। ପାଟନା ହାଇକୋର୍ଟ କିନ୍ତୁ ଯୁବକଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ।

Supreme Court Extramarital Affair Married Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ