Advertisment

ୟୁପିରେ ରାମନବମୀ ଶାନ୍ତିପୂର୍ଣ୍ଣ: ଯୋଗୀ କହିଲେ- ଦଙ୍ଗା ତ ଦୂରର କଥା, ସାମାନ୍ୟ ହିଂସା ବି ନାହିଁ

ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
 Yogi Adityanath's Ram Navami Boast

Yogi Adityanath's Ram Navami Boast

Advertisment

ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି। ୟୁପିରେ ଅଧିକ ଜନସଂଖ୍ୟା ଥିବା ସତ୍ତ୍ୱେ ରାଜ୍ୟରେ କୌଣସି ହିଂସା ପରିସ୍ଥିତି ସୃଷ୍ଟି  ହୋଇନଥିଲା। ରାମନବମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।

Advertisment

ଏ ସମ୍ବନ୍ଧିତ ଏକ ଭିଡିଓ ଟ୍ୱିଟ୍‌ କରି ସେ କହିଛନ୍ତି, ୟୁପିରେ ୨୫ କୋଟି ଲୋକ ବସବାସ କରୁଛନ୍ତି। ୮୦୦ ସ୍ଥାନରୁ ରାମନବମୀ ଶୋଭାଯାତ୍ରା ବାହାରି ଥିଲା। ଏହି ସମୟରେ ରମଜାନ ମାସ ମଧ୍ୟ ଚାଲିଛି। ହେଲେ କୌଣସି ସ୍ଥାନରେ ତୁ-ତୁ, ମେଁ-ମେଁ ପରିସ୍ଥିତି ସୃଷ୍ଟି ହୋଇନଥିଲା। ଦଙ୍ଗା ଘଟଣା ତ ବହୁତ ଦୂରର କଥା। ଅରାଜକତା, ଗୁଣ୍ଡାଗର୍ଦ୍ଦି ଓ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ପାଇଁ ୟୁପିରେ କୌଣସି ସ୍ଥାନ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Advertisment

ଯୋଗୀଙ୍କ ଏହି ବୟାନ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରାମନବମୀରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଆହତ ହୋଇଛନ୍ତି। ରାମନବମୀ ଦିନ ମଧ୍ୟପ୍ରଦେଶର ଖରଗୋନ ସହରରେ ଶୋଭାଯାତ୍ରା ସମୟରେ ହିଂସା ଘଟିଥିଲା। ଶୋଭାଯାତ୍ରା ଉପରକୁ ପଥରମାଡ଼ କରାଯାଇଥିଲା। ଘଟଣାକୁ ନେଇ ପୋଲିସ୍‌ ୯୪ ଜଣ ଗିରଫ କରିବା ସହ ପଥରମାଡ଼ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ