Advertisment

ମୋଦିଙ୍କ ବାର୍ତ୍ତା, ସାରା ବିଶ୍ୱକୁ ଏକାଠି କରିବ ଯୋଗ

ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।

ଅଦ୍ୟତନ ହୋଇଛି
Modi Yoga Tips

Modi Yoga Tips

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗକୁ ବିଶ୍ୱସ୍ତରରେ ଅଧିକ ଲୋକ ପ୍ରିୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ଶୁକ୍ରବାର ସେ କହିଛନ୍ତି ଯେ ଶରୀର ଏବଂ ମନକୁ ପ୍ରଶନ୍ନ ରଖିବାକୁ ଯୋଗ କରିବା ନିହାତି ଜରୁରୀ । ଏହା ଆମକୁ ସମ୍ପୂର୍ଣ୍ଣ ବିଶ୍ୱ ସହ ଯୋଡ଼ିଥାଏ । କାରଣ ଯୋଗାଭ୍ୟାସ ଦ୍ୱାରା ସାରା ବିଶ୍ୱ ସୁସ୍ଥ ରହିପାରିବ । ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ପଣି ଯୋଗ ଦିବସର ମାତ୍ର କିଛି ଦିନ ପୂର୍ବରୁ ଆସିଛି ।

Advertisment

ଆମେରିକା ଗସ୍ତ ସମୟରେ ଜୁନ୍ ୨୧ରେ ସେ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ମିଳିତ ଜାତିସଂଘ ମହାସଭାର ସଭାପତି (ୟୁଏନଜିଏ) ସାବା କୋରୋସି ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିବେ।

କୋରୋସି ଏକ ଟୁଇଟ୍ ଜରିଆରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଳିତ ଜାତିସଂଘ ମୁଖ୍ୟାଳୟର ଉତ୍ତର ଲନ୍‌ରେ ଆସନ୍ତା ସପ୍ତାହରେ ମିଳିତ ଜାତିସଂଘର ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ମୁଁ ଉତ୍ସାହିତ ଅଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୋରୋସିଙ୍କ ଟୁଇଟ୍‌ର ଜବାବରେ ଲେଖିଛନ୍ତି, ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆପଣଙ୍କୁ ଭେଟିବାକୁ ମୁଁ ବି ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛି । ଆପଣଙ୍କର ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର କରିଦେବ । ଯୋଗ ଶରୀର ଓ ମନକୁ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।

Advertisment

ଆଉ ଏକ ଟ୍ୱିଟ୍‌ରେ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ନିଜ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଉଚିତ୍ । ଏହା ଶରୀରକୁ ସୁସ୍ଥ ରଖିବା ସହ ମନକୁ ବି ଶାନ୍ତ ରଖେ ଆଉ ଖୁସି ଦେଇଥାଏ । ଖାଲି ସେତିକି ନୁହେଁ ଏଥିରେ ସେ ଏକ ଭିଡିଓ ମଧ୍ୟ ଆଟାଚ୍‌ କରିଛନ୍ତି ଯେଉଁଥିରେ କିଛି ଆସନକୁ ଚିତ୍ରିତ କରାଯାଇଛି ।

Advertisment

Yogasana Yoga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ