Advertisment

ମଦ୍ରାସା ଉଡ଼ାଇ ଦେବାକୁ ନରସିଂହାନନ୍ଦଙ୍କ ଧମକ

ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର।

ଅଦ୍ୟତନ ହୋଇଛି
Yati Narsinghanand booked

Yati Narsinghanand booked

Advertisment

ସମସ୍ତ ମଦ୍ରାସାଗୁଡ଼ିକୁ ଗନ ପାଉଡର ଦ୍ୱାରା ଉଡ଼ାଇ ଦେବା ଦରକାର। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ତଥାକଥିତ ଧର୍ମ ପ୍ରଚାରକ ୟାତି ନରସିଂହାନନ୍ଦ ସରସ୍ୱତୀ। ସେ ବିଭିନ୍ନ ମଦ୍ରାସା ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଗନ ପାଉଡରରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହି ବୟାନ ପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

Advertisment

ରବିବାର ଆଲିଗଡ଼ରେ ହିନ୍ଦୁ ମହାସଭା ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୟାତି ନରସିଂହାନନ୍ଦ। ସେ ଉତ୍ତରପ୍ରଦେଶ ସରକାର ମଦ୍ରାସାଗୁଡ଼ିକର କରୁଥିବା ସର୍ଭେ ସମ୍ପର୍କରେ ବୟାନ ଦେଇଥିଲେ। ସେ କହିଥିଲେ ଯେ ଦେଶର କୌଣସି ବି ସ୍ଥାନରେ ମଦ୍ରାସା ଭଳି ସ୍ଥାନରେ ରହିବା କଥା ନୁହେଁ। ଠିକ୍‌ ଚାଇନା ଭଳି ସମସ୍ତ ମଦ୍ରାସାଗୁଡ଼ିକୁ ଗନ ପାଉଡର ଦ୍ୱାରା ଉଡ଼ାଇ ଦେବା ଦରକାର। ମଦ୍ରାସାରେ ଥିବା ପିଲାମାନଙ୍କୁ କ୍ୟାମ୍ପସକୁ ପଠାଯିବା ଦରକାର। ଫଳରେ ସେମାନଙ୍କ ମସ୍ତିସ୍କରୁ କୁରାନ କୁହାଯାଉଥିବା ଭାଇରସକୁ ବାହାର କରାଯାଇପାରିବ।

ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର। ଏଠାରେ ଥିବା ପିଲାମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ସେମାନଙ୍କ ମସ୍ତିସ୍କର ଚିକତ୍ସା କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯିବା ପରେ ଗାନ୍ଧି ନଗର ପୁଲିସ୍‌ ତାଙ୍କର ନାଁରେ ମାମଲା କରିଛି।

Advertisment

ତେବେ ପ୍ରଥମଥର ପାଇଁ ଯେ ୟାତିଙ୍କ ଏହାଯେ ପ୍ରଥମ ବିବାଦୀୟ ମନ୍ତବ୍ୟ ତାହା ନୁହେଁ। ଗତବର୍ଷ ସେ ହରିଦ୍ୱାରରେ ବିବାଦୀୟ ବୟାନ ଦେଇଥିବାରୁ ଗିରଫ ହୋଇଥିଲେ। ସେହିପରି ନିକଟରେ ମହତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

Yati Narsinghanand Booked Blow Up Madrasas Muslim University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ