Advertisment

Wrestler Protest In India: BJP ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ FIR

ଯୌନ ନିର୍ଯାତନା ଅଭିଯୋଗରେ ରେସଲରଙ୍କ ଧାରଣା ଜାରି । ଯନ୍ତରମନ୍ତର ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।

ଅଦ୍ୟତନ ହୋଇଛି
Wrestlers' Protest LIVE Updates

Wrestler protest In India, Fir Lodged Against BJP MP WFI Chief Brij Bhushan

Advertisment

ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରୁଜୁ ହେଲା ଏଫଆଇଆର । ଏକାଥରେକ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ ମାମଲା ପୋକ୍ସୋ ଆକ୍ଟରେ ରୁଜୁ ହୋଇଛି । ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । 

Advertisment

ଏନେଇ ମହିଳା ରେସଲରମାନେ ପୋଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆର ରୁଜୁ କରାଯାଇ ନଥିଲା । ନ୍ୟାୟ ପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଶୁଣାଣି ବେଳେ ଦିଲ୍ଲୀ ପୋଲିସ୍ ରେସଲରଙ୍କ ଅଭିଯୋଗ ଆଧାରରେ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ। ଭାରତୀୟ କୁସ୍ତି ସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ବିଦା କରିବାକୁ ଅନେକ ରେସଲର ଜୋରଦାର ପ୍ରତିବାଦ କରୁଛନ୍ତି । ଜାନୁୟାରୀ ମାସରେ ଆନ୍ଦୋଳନକୁ ଓହ୍ଲାଇଥିବା କୁସ୍ତିଯୋଦ୍ଧା ମାନେ ଏବେ ପୁଣି ଯନ୍ତରମନ୍ତର ଧାରଣାରେ ବସିଛନ୍ତି ।

ପ୍ରଥମେ ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ଏଫ୍ଆଇଆର ରୁଜୁ କରିବାକୁ ସୁପ୍ରିମକୋର୍ଟ (Supreme Court)ଙ୍କ ଦ୍ୱାରସ୍ଥ ହେଲେ କୁସ୍ତିଯୋଦ୍ଧା ସଂଘ । ‘ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ନା ଆମେ ଖାଇବୁ ନା ଶୋଇବୁ ।’ ଗତ ୨୩ ତାରିଖଠାରୁ ଏଭଳି ଚେତାବନୀ ଦେଇ ଦିଲ୍ଲୀରେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି କୁସ୍ତିଯୋଦ୍ଧା । ସେବେଠାରୁ ସେମାନେ ଧାରଣା ଜାରି ରଖିଛନ୍ତି (Wrestlers Protest) । କୁସ୍ତି ଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ନିଜ ସାଥୀଙ୍କ ସହ ଦିଲ୍ଲୀ ଯନ୍ତର ମନ୍ତରରେ ଧାରଣାରେ ବସଛନ୍ତି । 

Advertisment

ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛନ୍ତି ସମସ୍ତେ। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଅଥଚ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି। ତେଣୁ ଯେ ପର୍ଯ୍ୟନ୍ତ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ କୁସ୍ତି ଯୋଦ୍ଧା।

Advertisment
Supreme Court Protests Indian Wrestler
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ