Advertisment

ଜଣାପଡ଼ିଲା କେଉଁଠି ହୋଇଥିଲା ବିମାନ ଦୁର୍ଘଟଣାଗ୍ରସ୍ତ, ମିଳିଲା ଧ୍ୱଂସାବଶେଷ ...

ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍‌ ଆଜି ସକାଳୁ କ୍ରାଶ୍‌ ସାଇଟ୍‌ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ  ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Wreckage Of Nepal Plane Crash Found

Wreckage Of Nepal Plane Crash Found

Advertisment

ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍‌ ଆଜି ସକାଳୁ କ୍ରାଶ୍‌ ସାଇଟ୍‌ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ  ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ତାରା ଏୟାରର 9N-AET ବିମାନଟି ଗତକାଲି ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନିଖୋଜ ହୋଇଥିଲା। ଏହା ପରେ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଛି।

Advertisment

ଗତକାଲି ନିଖୋଜ ବିମାନକୁ ଠାବ ଲାଗି ସେନା ପକ୍ଷରୁ ହେଲିକପ୍ଟର ସାହାଯ୍ୟରେ ସର୍ଚ୍ଚ ଅଫରେସନ କରାଯାଇଥିଲା। ହେଲେ ପ୍ରବଳ ତୁଷାରପାତ ଯୋଗୁ ଏହାକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗତକାଲି ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜୋମ୍‌ସୋମ୍‌ ଯାତ୍ରା କରିଥିଲା। ଏହାପରେ ଧଉଳଗିରି ଯିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଗତକାଲି ସକାଳ ୯ଟା ୧୫ରେ ସ୍ଥାନୀୟ ଏୟାର୍‌ଲାଇନ୍ସ ତାରା ଏୟାରର ଏକ ଛୋଟ ବିମାନ ପୋଖାରାରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଏହାର ମାତ୍ର ୧୫ ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ତାରା ଏୟାର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ, ଦୁର୍ଘଟଣାଗ୍ରସ୍ତ ନେପାଳ ବିମାନରେ ଥିବା ୪ ଭାରତୀୟ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ହେଲେ ଭୁବନେଶ୍ୱରର ଅଶୋକ ତ୍ରିପାଠୀ, ସ୍ତ୍ରୀ ବୈଭବୀ ବାନ୍ଦେକର, ପୁଅ ଧନୁଷ ଓ ଝିଅ ଋତ୍ୱିକା। ଅଶୋକ ଭୁବନେଶ୍ୱରରେ HR କନସଲଟାନ୍ସି ଭାବେ କାମ କରୁଥିବାବେଳେ ସ୍ତ୍ରୀ ଓ ଦୁଇ ପିଲା ମୁମ୍ବାଇ ଥାଣେର କପୁରବଓ୍ୱାଡ଼େି ରୁସ୍ତମଜି ଆଥେନାରେ ରୁହନ୍ତି। ବିମାନ ଦୁର୍ଘଟଣାରେ ୪ ଜଣଙ୍କର ନିଖୋଜ ଖବର ମିିଳିବା ପରେ ରୁସ୍ତମଜି ଆଥେନା ସୋସାଇଟିରେ ଶୋକର ଛାୟା ଖେଳି ଯାଇଛି।  ବୈଭବୀ ନିଜ ପିଲାଙ୍କୁ ଧରି ଏଠାରେ ରହୁଥିଲେ। ସାଙ୍ଗରେ ରୋଗୀଣା ମାଆ ମଧ୍ୟ ରୁହନ୍ତି।

Advertisment

କିଛିଦିନ ପୂର୍ବରୁ ଅଶୋକ ମୁମ୍ବାଇ ଆସିଥିଲେ। ଏହାପରେ ପରିବାର ସହ ନେପାଳ ବୁଲିବାକୁ ଯାଇଥିଲେ।  

Nepal Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ