Advertisment

୨୦୨୨ ନଭେମ୍ବର ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ

ଲୋକସଂଖ୍ୟା ଦୃଷ୍ଟିରୁ ଭାରତ ହେବ ବିଶ୍ୱର ୧ ନମ୍ବର....

world population day indian can beat china in term of population in 2023

world population day indian can beat china in term of population in 2023

Advertisment

ଲୋକସଂଖ୍ୟା ଦୃଷ୍ଟିରୁ ଖୁବଶୀଘ୍ର ଚୀନକୁ ଅତିକ୍ରମ କରିବ ଭାରତ । ୨୦୨୨ ଶେଷ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୧ ନମ୍ବର ଦେଶ ହେବ । ଏନେଇ  ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । 
ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ନଭେମ୍ବର ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଅତିକ୍ରମ କରିବ । ଏହାସହ ମିଳିତ ଜାତିସଂଘର ଅର୍ଥନୀତି ଓ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ଡିଭିଜନ ପକ୍ଷରୁ ପ୍ରସ୍ତୁତ ଦି ଓ୍ୱାର୍ଲଡ ପପୁଲେସନ ପ୍ରସପେକ୍ଟସ-୨୦୨୨ ରିପୋର୍ଟରେ ଦର୍ଶାଯାଇଛି ଯେ, ନଭେମ୍ବର ୧୫ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ । 
କେବଳ ଭାରତ ଓ ଚୀନର ଲୋକସଂଖ୍ୟା ୨.୩ ବିଲିଅନରେ ପହଞ୍ଚିଛି ଯାହାକି ବିଶ୍ୱର ୨୯ ପ୍ରତିଶତ ବୋଲି କୁହାଯାଉଛି । ବର୍ତ୍ତମାନ ଦୁଇ ଦେଶରେ ପ୍ରତ୍ୟେକ ପ୍ରାୟ ୧.୪ ବିଲିଅନ ଜନସଂଖ୍ୟା ରହିଛି । ତେଣୁ ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧି ହାର ଅନୁସାରେ ନଭେମ୍ବର ମାସ ସୁଦ୍ଧାର ଭାରତର ଜନସଂଖ୍ୟା ଚୀନକୁ ଟପିଯାଇପାରେ । 

Advertisment

ଅନ୍ୟପକ୍ଷେ,ଭାରତରେ ବଢୁଥିବା ଜନସଂଖ୍ୟାକୁ ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଉଦବେଗ ପ୍ରକାଶ କରିଛନ୍ତି । ଜନସଂଖ୍ୟା କମାଇବା ପାଇଁ ଲୋକେ ସୁଖୀ ପରିବାର ସହ ପରିବାର ନିୟୋଜନ ଉପରେ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଭାରତର ଜନସଂଖ୍ୟା ବଢିଚାଲିଛି, ଆଗକୁ ଏହା ଚୀନର ଜନସଂଖ୍ୟାକୁ ଟପିଯିବ ବୋଲି ଆକଳନ କରାଯାଛି । ତେଣୁ ଜନସଂଖ୍ୟା ନିୟନ୍ତ୍ର ପାଇଁ ପରିବାର ନିୟୋଜନ ଉପରେ ଲୋକେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି । 

କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ ? 

୧୯୮୭ ମସିହାରେ, ଜୁଲାଇ ୧୧ ରେ, ବିଶ୍ୱ ଜନସଂଖ୍ୟା ୫ ବିଲିୟନ ଅତିକ୍ରମ କରିଥିଲା। ବିଶ୍ୱରେ ଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ସଂଗଠନ ଲୋକମାନଙ୍କୁ ଜନସଂଖ୍ୟା ତଥା ପରିବେଶ, ବିକାଶ ଉପରେ ଏହାର ପ୍ରଭାବ ବିଷୟରେ ଅବଗତ କରାଇବା ଆବଶ୍ୟକତା ଅନୁଭବ କରିବାକୁ ଲାଗିଲେ । ଏହା ପରଠାରୁ ହିଁ  ବିଶ୍ୱ ଜନସଂଖ୍ୟା ଦିବସ ଆରମ୍ଭ ହୋଇଥିଲା । ବିଶ୍ୱ ଜନସଂଖ୍ୟା ଦିବସ ମାନବ ପ୍ରଗତିର ଉତ୍ସବ ଭାବରେ ପାଳନ କରାଯିବା ଉଚିତ୍ । ଲୋକଙ୍କୁ ସମସ୍ୟା ନୁହେଁ ସମାଧାନ ଭାବରେ ଦେଖାଯିବା ଉଚିତ୍  ବୋଲି  ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ପକ୍ଷରୁ କୁହାଯାଇଛି । ତେବେ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏକ ଥିମ୍ ରଖାଯାଏ । ଏହି ବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ହେଉଛି “୮  ବିଲିଅନ୍ ଲୋକଙ୍କର ଏକ ବିଶ୍ୱ” ।  

Advertisment
World Population Day India Population
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ