Advertisment

ଆସନ୍ତା ବର୍ଷ ନୁହେଁ, ଚଳିତ ବର୍ଷ NDA ପରୀକ୍ଷା ଦେବେ ମହିଳା

ଚଳିତ ବର୍ଷ ନଭେମ୍ବରରେ ମହିଳାଙ୍କୁ National Defence Academy (NDA) ପରୀକ୍ଷାରେ ସାମିଲ କରାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। NDA ପ୍ରବେଶିକା ପରୀକ୍ଷାରେ ମହିଳାଙ୍କୁ ସାମିଲ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Supreme Court On NDA exams

Supreme Court On NDA exams

Advertisment

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନୁହେଁ, ଚଳିତ ବର୍ଷ ହିଁ National Defence Academy (NDA) ପରୀକ୍ଷା ଦେବେ ମହିଳା ପ୍ରାର୍ଥୀ। ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ମହିଳାଙ୍କୁ NDA ପ୍ରବେଶିକା ପରୀକ୍ଷାରେ ସାମିଲ କରାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଚଳିତ ବର୍ଷ ନଭେମ୍ବର ୧୪ରେ ହେବାକୁ ଥିବା NDA 2020 ପରୀକ୍ଷାରେ ମହିଳାମାନେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏହାସହ ନଭେମ୍ବର ୧୪ରେ ହେବାକୁ ଥିବା ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୨ ମସିହା  ମେ’ ସୁଦ୍ଧା ମହିଳାଙ୍କୁ ଏନ୍‌ଡିଏ ପରୀକ୍ଷା ଦେବା ଲାଗି ଅନୁମତି ପ୍ରଦାନ କଲେ ୨୦୨୩ ମସିହାରେ ସେମାନେ ଏନ୍‌ଡିଏରେ ଯୋଗ ଦେବେ। ୨୦୨୨ ମସିହା  ମେ’ ସୁଦ୍ଧା ସମୟ ଦେବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି ପରୀକ୍ଷା ପରେ କିଛି ସମସ୍ୟା ସୃଷ୍ଟି ହୁଏ, ତା’ହେଲେ ସରକାର କୋର୍ଟଙ୍କୁ ଜଣାଇପାରିବେ। 

Advertisment

ସୁପ୍ରିମକୋର୍ଟ କହିଛନ୍ତି, ‘ଗୋଟିଏ ବର୍ଷର ବିଳମ୍ବରେ ସବୁକିଛି ଶେଷ ହୋଇଯିବ। ‘ଆଜି କୌଣସି ପରୀକ୍ଷା ନାହିଁ, କାଲି ପରୀକ୍ଷା ହେବ’ ଏହା ମହିଳାଙ୍କ ଆକାଂକ୍ଷା ବିରୋଧରେ ଯିବ।। କେନ୍ଦ୍ର ଦ୍ୱାରା ବ୍ୟକ୍ତ କରାଯାଇଥିବା ଅସୁବିଧାକୁ ଆମେ ସମର୍ଥନ କରୁଛି ଓ ବିଶେଷଜ୍ଞ କମିଟି ଦ୍ୱାରା ଏହା ଚୂଡାନ୍ତ ହେବ।’ ଆସନ୍ତା ବର୍ଷ ଜାନୁଆରୀ ତୃତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।  

ମହିଳାଙ୍କୁ ଏନଡିଏରେ ସାମିଲ ଲାଗି ଆସନ୍ତା ବର୍ଷ ମେ’ରେ ବିଜ୍ଞପ୍ତି ଜାରି କରାଯିବା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କୁ କୁହାଯାଇଥିଲା। ମାତ୍ର  କୋର୍ଟ ଏଥିରେ ରାଜି ହୋଇ ନାହାନ୍ତି। ସେନାରେ ସାମିଲ ଲାଗି ମହିଳାଙ୍କ ଆକାଂକ୍ଷା ବଢିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ତାକୁ ବର୍ଷକ ଯାଏ ସ୍ଥଗିତ ରଖିବା କିମ୍ବା ଟାଳି ହେବ ନାହିଁ ବୋଲି କୋର୍ଟ ମତ ଦେଇଛନ୍ତି। ମହିଳାଙ୍କ ଲାଗି ସ୍ୱାସ୍ଥ୍ୟଗତ ଯୋଗ୍ୟତା କ’ଣ ହେବ ତାର ରୂପରେଖ ପ୍ରସ୍ତୁତି ଚାଲିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଜଣାଇଥିଲା। ମାତ୍ର ସାମୟିକ ଭାବେ ଏକ ସ୍ୱାସ୍ଥ୍ୟଗତ ଯୋଗ୍ୟତା ମାନଦଣ୍ଡକୁ ଆଧାର କରି UPSC ମାଧ୍ୟମରେ ଏକ ସଠିକ୍ ବିଜ୍ଞପ୍ତି ପ୍ରକାଶ ଲାଗି କୋର୍ଟ କହିଛନ୍ତି। 

Advertisment

ସୂଚନାଥାଉ କି, ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଚଳିତ ବର୍ଷ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସୈନିକ ସ୍କୁଲ ଏବଂ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ। 

Supreme Court NDA Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ