ଇଂରାଜୀରେ ଧୂଆଁଧାର ଭାଷଣ ଦେଲେ ମହିଳା ସରପଞ୍ଚ, ଜିଲ୍ଲାପାଳ ଆଶ୍ଚର୍ଯ୍ୟ

ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ ।

woman sarpanch delivers speech in fluent English

ମହିଳା ସରପଞ୍ଚଙ୍କୁ ନେଇ ଭିନ୍ନ ଧାରଣା ରହିଥିବା ଦେଖାଯାଏ । ଶିକ୍ଷାଗତ ଯୋଗ୍ୟତା, ପଦ ଅନୁସାରେ ଦାୟିତ୍ୱ ନିର୍ବାହକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ପରିବାରର ମହିଳା ସଦସ୍ୟ ସରପଞ୍ଚ ନିର୍ବାଚିତ ହୋଇଥିଲେ, ସଂପର୍କୀୟ ପୁରୁଷ ସମସ୍ତ ଦାୟିତ୍ୱ ତୁଲାଇବା ଅଭିଯୋଗ ମଧ୍ୟ ହୁଏ । ମାତ୍ର ଏବେ ଚର୍ଚ୍ଚାରେ ରହିଛନ୍ତି ଜଣେ ମହିଳା ସରପଞ୍ଚ । ମଞ୍ଚରେ ସମସ୍ତଙ୍କ ସାମ୍ନାରେ ଇଂରାଜୀରେ ଭାଷଣ ଦେଇ କମାଲ କରିଛନ୍ତି ଏହି ସରପଞ୍ଚ ଜଣଙ୍କ। ଏମିତିକି ଏହି ମହିଳା ସରପଞ୍ଚଙ୍କ ଇଂରାଜୀ ଭାଷଣ ଶୁଣି ଚକିତ ହୋଇଯାଇଛନ୍ତି ଖୋଦ୍ ଜିଲ୍ଲାପାଳ ।

ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ । ମଞ୍ଚ ପ୍ରସ୍ତୁତ ଥିଲା ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାର ଜିଲ୍ଲାପାଳ IAS ଅଫିସର ଟିନା । ଆଉ ଭାଷଣ ଆରମ୍ଭ କରିଥିଲେ ମହିଳା ସରପଞ୍ଚ ସୋନୁ କନୱାର । ସରପଞ୍ଚଙ୍କ ଇଂରାଜୀ ଭାଷଣ ଶୁଣି ପ୍ରଶଂସା ନ କରି ରହିପାରିନଥିଲେ ଜିଲ୍ଲାପାଳ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପାରମ୍ପରିକ ରାଜସ୍ଥାନୀ ବସ୍ତ୍ର ପରିଧାନ କରି ଇଂରାଜୀରେ ଭାଷଣ ରଖିଥିଲେ କନୱାର । ଭାଷଣ ଆରମ୍ଭରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଇଂରାଜୀରେ କହିଥିଲେ, "କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ବହୁତ ଖୁସି । ପ୍ରଥମତଃ ଆମ ଜିଲ୍ଲାପାଳ ଟିନା ମ୍ୟାମଙ୍କୁ ସ୍ୱାଗତ କରୁଛି । ଏହା ଆମ ପାଇଁ ସମ୍ମାନର ବିଷୟ । ନିଜ ଭାଷଣରେ ଜଳ ସଂରକ୍ଷଣ ପ୍ରସଙ୍ଗ ଉଠାଇ ପ୍ରଶଂସା ସାଉଣ୍ଟିଥିଲେ ସରପଞ୍ଚ । ଇଂରାଜୀ ଭାଷଣ ଭିଡିଓକୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରୁଛନ୍ତି ୟୁଜର୍ସ । ଫଳରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।