ଅଫିସରୁ ଡେରିରେ ଆସିଲେ ବୋଲି ସ୍ୱାମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସ୍ତ୍ରୀ, ଦେଖନ୍ତୁ ଭିଡିଓ...

କାମ ବ୍ୟସ୍ତତାରେ କେବେ କେବେ ଅଫିସରୁ ଫେରିବା ଡେରି ହୋଇ ଯାଏ । କିଛି ଲୋକ କାମ ପୁରା କରି ଘରକୁ ଫେରିବା ପସନ୍ଦ କରନ୍ତି । କାମ ଏତେ ଥାଏ ଯେ, ବେଳେ ବେଳେ ଡ୍ୟୁଟି କେତେବେଳେ ସରିଯାଇଥାଏ, ତାହା ମଧ୍ୟ ଜଣା ପଡ଼େନି ।

Woman Reacts With Punches

କାମ ବ୍ୟସ୍ତତାରେ କେବେ ଅଫିସରୁ ଫେରିବା ଡେରି ହୋଇ ଯାଏ । କିଛି ଲୋକ କାମ ପୁରା କରି ଘରକୁ ଫେରିବା ପସନ୍ଦ କରନ୍ତି । କାମ ଏତେ ଥାଏ ଯେ, ବେଳେ ବେଳେ ଡ୍ୟୁଟି କେତେବେଳେ ସରିଯାଇଥାଏ, ତାହା ମଧ୍ୟ ଜଣା ପଡ଼େନି । କିନ୍ତୁ ଅଫିସରୁ ଲେଟରେ ଫେରିବାକୁ ନେଇ କେବେ ନିର୍ଧୂମ ଛେଚା ଖାଇଛନ୍ତି କି? ତାହା ପୁଣି ନିଜ ସ୍ତ୍ରୀ ପାଖରୁ ।..

ତେବେ ଭିଡ଼ିଓଟି କେଉଁଠିକାର ଜଣା ପଡ଼ିନାହିଁ । ତଳେ ଥିବା ଭିଡ଼ିଓରେ ଜଣେ ଯୁବକ ନିର୍ଧୂମ ଛେଚା ଖାଉଥିବାର ଦେଖିବାକୁ ମିଳୁଛି । କ୍ୟାପସନରେ ଲେଖା ଯାଇଛି ଯେ, ଘରେ ପହଞ୍ଚିବା ମାତ୍ରେ ସ୍ତ୍ରୀଙ୍କଠାରୁ ମାଡ଼ ।.. ଭିଡ଼ିଓଟିରେ ଯୁବକ ଜଣକ ଘରକୁ ଆସିବାର ଦେଖା ଯାଉଛି । ଆଉ ଘରେ ପହଞ୍ଚିବା ମାତ୍ରେ ପତ୍ନୀ ଦୌଡ଼ି ଆସୁଛନ୍ତି । କିଛି ଭାବିବା ଆଗରୁ ବିଧା, ଗୋଇଠା, କହୁଣି ବସାଇ ଚାଲିଛନ୍ତି ।

ଏତେ ଭୟଙ୍କର ଭାବେ ମାରି ଚାଲିଛନ୍ତି ଯେ, ଦେଖିବା ମାତ୍ରେ ଆପଣଙ୍କର ହୃଦୟ କମ୍ପି ଉଠିବ । କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । କେବଳ ସ୍ୱାମୀ ଅଫିସରୁ ଫେରିବାକୁ ଡେରି କରିଦେଲେ । ସାମ୍ପ୍ରତିକ ସମାଜରେ କେବଳ ଯେ ମହିଳାମାନେ  ଘରୋଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତାହା ନୁହେଁ, ବରଂ ପୁରୁଷମାନେ ମଧ୍ୟ ନିର୍ଯ୍ୟାତିତ ହେଉଛନ୍ତି ।

ପତ୍ନୀଙ୍କ ରାଗ ଦେଖି ସ୍ୱାମୀ ଚୁପଚାପ ଛିଡ଼ା ହୋଇ ମାଡ଼ ମଧ୍ୟ ଖାଉଛନ୍ତି । ତେବେ ଭିଡ଼ିଓକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେହି କେହି ମହିଳାଙ୍କୁ ଅତି କଠିନ ଦଣ୍ତ ଦେବାକୁ ଦାବି କରୁଥିବା ବେଳେ, ଅନ୍ୟ କେହି କେହି ଘୋର ନିନ୍ଦା କରିଛନ୍ତି ।