Advertisment

କୁକୁରକୁ ମାରି ପ୍ରତିଶୋଧ ନେଲେ; ଫିଙ୍ଗିବାକୁ ଯାଇଥିଲେ, ଘଟିଲା ଏମିତି କିଛି...

ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Woman kills her dog drowns to death while disposing body in lake

Woman kills her dog drowns to death while disposing body in lake

Advertisment

କଥାରେ ଅଛି, ଯେ ପାଞ୍ଚେ ପର ମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଯିଏ ଅନ୍ୟଙ୍କୁ ଅସୁବିଧାରେ ପକାଇବା କିମ୍ବା ଅମଙ୍ଗଳ ଚାହାନ୍ତି, କେବେ ନା କେବେ ଭଗବାନ ତାଙ୍କର ଅମଙ୍ଗଳ କରିଥାନ୍ତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ମହିଳାଙ୍କ ସହ ଘଟିଛି। ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି। 

Advertisment

ସୂଚନା ଅନୁସାରେ, ଲକ୍ଷ୍ନୌରେ ରହୁଥିବା ରୁବି ଓ ତାଙ୍କ ସାନ ଝିଅକୁ ଘରେ ଥିବା ପୋଷା କୁକୁର କାମୁଡ଼ି ଦେଇଥିଲା। ଏଥିରେ ରାଗି ଯାଇ ରୁବି ପୋଷା କୁକୁରର ହତ୍ୟା କରିଥିଲେ। ଏହାପରେ କୁକୁରକୁ ହ୍ରଦକୁ ଫିଙ୍ଗିବାକୁ ଯାଇଥିଲେ। ହେଲେ ରୁବିଙ୍କ ସ୍ୱାମୀଙ୍କୁ ଏସମ୍ପର୍କରେ ଜଣା ନଥିଲା। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସେ ରୁବିଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଏକ ଦ୍ରଦ ନିକଟରେ ରୁବିଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ହ୍ରଦ ଭିତରୁ ସେ ରୁବିଙ୍କ ମୃତଦେହ ବାହାର କରିଥିଲେ। ଏହାସହ ଏସମ୍ପର୍କରେ ପୋଲିସ୍‌କୁ ଜଣାଇଥିଲେ। ପୋଲିସ୍‌ ସୂଚନା ଅନୁସାରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ