Advertisment

ଅପହରଣ ପରେ ୧୦ ଦିନ ଯାଏ ଦୁଷ୍କର୍ମ ! ଲକ୍‌ଡାଉନ୍‌ ଯୋଗୁ ଦେଇପାରିନଥିଲେ ଲୋନ୍‌ କିସ୍ତି ଟଙ୍କା

ଲୋନ୍‌ କିସ୍ତି ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ଚା’ରେ ନିଶାଦ୍ରବ୍ୟ ମିଶାଇ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Woman Allegedly Gang Raped

Woman Allegedly Raped

Advertisment

ଚୁରୁ: ଲୋନ୍‌ କିସ୍ତି ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଏହାକୁ ଭାଇରାଲ୍‌ କରିବାର ଧମକ ଦେଇ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନରୁ ଏଭଳି ଅଭିଯୋଗ ଆସିଛି।

Advertisment

ସୂଚନା ଅନୁସାରେ, ଚୁରୁର ରାଜଲଦେସର ଥାନା ଅଞ୍ଚଳଳ ଏକ ଗାଁର ୨୫ ବର୍ଷୀୟ ବିବାହିତା ମହିଳା ଲୋନ୍‌ ଶୁଝି ନପାରିବାରୁ ତାଙ୍କୁ ଅପହରଣ କରାଯାଇଥିଲା। ଏହାପରେ ଚା’ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ବେହୋସ କରାଯାଇଥିଲା ଓ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା। ସେଠାରେ ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରିଥିଲେ। ଏହାପରେ ଏହାକୁ ଭାଇରାଲ୍‌ କରିବାର ଧମକ ଦେଇ ଅଭିଯୁକ୍ତ ୧୦ ଦିନ ପର୍ଯ୍ୟନ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସଞ୍ଜୟ ମେଘୱାଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ପୋଲିସ୍‌ ସୂଚନା ଅନୁସାରେ, ମହିଳା ସମୂହରୁ ସମ୍ପୃକ୍ତ ମହିଳା ଲୋନ୍‌ ଆଣିଥିଲେ। ଲୋନ୍‌ର କିସ୍ତି ଟଙ୍କା ସେ ସଞ୍ଜୟ ମେଘୱାଲ୍‌ଙ୍କୁ ଦେଉଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବା ଫଳରେ ମହିଳା ଜଣକ ଗତ କିଛିମାସ ଧରି କିସ୍ତି ଟଙ୍କା ଆଉ ଦେଇପାରିନଥିଲେ। ସଞ୍ଜୟ ଉକ୍ତ ମହିଳାଙ୍କୁ ଫୋନ୍‌ କରି ଶ୍ରୀଡୁଙ୍ଗରଗଡ଼ ଡକାଇଥିଲେ। ହେଲେ ମହିଳା ଜଣକ ଯାଇନଥିଲେ। 

Advertisment

ଦିନେ ସମ୍ପୃକ୍ତ ମହିଳା ଗାଁକୁ ଯାଉଥିବାବେଳେ ମେଘୱାଲ୍‌ ବସ୍‌ଷ୍ଟାଣ୍ଡ ଆସି ମହିଳାଙ୍କୁ ଲୋନ୍‌ କିସ୍ତି ଟଙ୍କା ମାଗିଥିଲେ। ଏହି ସମୟରେ ସେ ମହିଳାଙ୍କୁ ଚା’ ଦେଇଥିଲେ। ଚା’ ପିଇବା ପରେ ମହିଳା ଜଣକ ବେହୋସ ହୋଇପଡ଼ିଥିଲେ। ହୋସ୍‌ ଆସିବା ପରେ ମହିଳା ଜଣକ ଜାଣିବାକୁ ପାଇଲେ ସେ ଦିଲ୍ଲୀରେ ଅଛନ୍ତି। ଘରେ ଛାଡ଼ିବା ପାଇଁ ଯେତେବେଳେ ସେ ମେଘୱାଲ୍‌ଙ୍କୁ କହିଥିଲେ, ମେଘୱାଲ୍‌ ତାଙ୍କୁ ବନ୍ଧକ କରି ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଏହାକୁ ଭାଇରାଲ୍‌ କରିବାର ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ଘରେ ନପହଞ୍ଚିବାରୁ ମହିଳାଙ୍କ ପରିବାର ଲୋକେ ରାଜଲଦେସର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ଦିଲ୍ଲୀରୁ ମହିଳାଙ୍କୁ ଉଦ୍ଧାର କରିଥିଲା। ମହିଳାଙ୍କୁ ମେଡିକାଲ୍‌ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

Advertisment
Woman Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ