Advertisment

ପୁଅ ଆଶା କରିଥିଲେ,ଏକା ସାଙ୍ଗରେ ଜନ୍ମହେଲେ ୪ ଛୁଆ...

ପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା....

ଅଦ୍ୟତନ ହୋଇଛି
Woman gave birth four children agra uttar Pradesh auto driver asked for help hospital doctors

Woman gave birth four children agra uttar Pradesh auto driver asked for help hospital doctors

Advertisment

ଅଧିକାଂଶ ପରିବାରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ବେଳେବେଳେ କେତେକ ସ୍ଥାନରେ ୩ଟି ସନ୍ତାନ ଜନ୍ମ ହୋଇଥିବାର ମଧ୍ୟ ଆପଣମାନେ ଶୁଣିଥିବେ । ହେଲେ ଏକା ସହିତ ୪ଟି ସନ୍ତାନ ଜନ୍ମ ହେବା କେବେ ଶୁଣିଛନ୍ତି କି ? ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକ୍‌ଦମ୍‌ ସତ... ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହାଙ୍କର ଏକାସହିତ ୪ଟି ସନ୍ତାନ ଜନ୍ମ ହୋଇଛି । ଯାହା ପରେ ସେ ଏବେ ୭ଟି ସନ୍ତାନର ବାପା ହୋଇପାରିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ୪ଟି ସନ୍ତାନ ଜନ୍ମ ହୋଇଥିବାବେଳେ ସେ ୭ଟି ସନ୍ତାନର ବାପା କେମିତି ହେଲେ ? ତେବେ ଆସନ୍ତୁ ଜାଣିବା ପୂରା କଣ ରହିଛି ମାମଲା...

Advertisment

ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ଅଟୋ ଡ୍ରାଇଭର ମନୋଜ କୁମାରଙ୍କ ସ୍ତ୍ରୀ ଏକକାଳୀନ ୪ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଉଭୟ ମା’ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହେଲେ ଅଟୋଡ୍ରାଇଭର ମନୋଜ କୁମାରଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା ସହ ସେ ଅଟୋଚଳାକ

ଦୁର୍ବଳ ଥିବାରୁ ସେ ଏକାସହିତ ୪ଟି ସନ୍ତାନର ଲାଳନପାଳନ କରିବା ପାଇଁ ସେ ସକ୍ଷମ ନୁହଁନ୍ତି । ତେଣୁ ସେ ଡାକ୍ତର ଓ ସରକାରଙ୍କ ସହାୟତା ଲୋଡିଛନ୍ତି । ଆଗ୍ରାର ଇତ୍‌ମାତଉଦ୍‌ଦୈଲାର ପ୍ରକାଶ ନଗରରେ ରହୁଥିବା ମନୋଜ କୁମାରଙ୍କ ସସ୍ତ୍ରୀଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟରେ ତାଙ୍କର ଯାଆଁଳା ଛୁଆ ଥିବା ଜଣାପଡିଥିଲା । ହେଲେ ଅପରେସନ୍ ପରେ ଜଣାପଡିଥିଲା କି ତାଙ୍କ ଗର୍ଭରେ ୨ଟି ନୁହେଁ ବରଂ ୪ଟି ଶିଶୁ ଥିଲା ।

Advertisment
Ajab Gajab News Four Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ