woman delivers on road for unable to pay bribe
ହଜାରେ ଟଙ୍କା ଲାଞ୍ଚ ଦେଇ ନପାରିବାରୁ ରାସ୍ତାରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଗ୍ରାର ଆଲିଗଡ଼ ଜିଲ୍ଲାରେ। ଜଣେ ଶ୍ରମିକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ସହି ନପାରିବାରୁ ମେଡିକାଲ ଯାଇଥିଲେ, କିନ୍ତୁ ହଜାରେ ଟଙ୍କା ଲାଞ୍ଚ ନଦେଇପାରିବାରୁ ତାଙ୍କୁ ରାସ୍ତାରେ ଶିଶୁକୁ ଜନ୍ମ ଦେବାକୁ ପଡ଼ିଛି। ମଣିଷ କେଇଟା ଟଙ୍କା ପାଇଁ କିଭଳି ମାନବିକତା ଭୁଲିଯାଏ, ତାର ଜ୍ୱଳନ୍ତ ଉଦାହରଣ ଏଠି ଦେଖିବାକୁ ମିଳିଛି।
ସୁମନ ଦେବୀ ନାମକ ଜଣେ ମହିଳାଙ୍କ ସ୍ୱାମୀ ବବଲୁ ସିଂଙ୍କ ଅଭିଯୋଗ ଅନୁସାରେ ତାଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ଇଗଲାସ୍ ସିଏଚସିରେ ଭର୍ତ୍ତି କରିଥିଲେ। ହେଲେ ସେଠାକାର ମେଡିକାଲ କର୍ମଚାରୀ ଆଡମିଶନ୍ କରିବାକୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଟଙ୍କା ନଦେଇପାରିବାରୁ ଆଡମିଶନ କରିବାକୁ ମନାକରିଦେଇଥିଲେ। ରାସ୍ତାରେ ଫେରିବା ବେଳେ ଯନ୍ତ୍ରଣା ଅଧିକ ହେବାରୁ ସେହିଠାରେ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ରାସ୍ତାରେ ଯାଉଥିବା ମହିଳାମାନେ ଶାଢିରେ ଆବଦ୍ଧ କରିଦେଇଥିଲେ। ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସେପଟେ ଘଟଣାକୁ ନେଇ ଇଗଲାସ୍ ସିଏଚସିର ଭାପପ୍ରାପ୍ତ ଅଧିକାରୀ ରୋହିତ ଭଟ୍ଟି କହିଛନ୍ତି ଯେ, ବର୍ତ୍ତମାନ ତଦନ୍ତ ଚାଲୁ ରହିଛି। ଜିଲ୍ଲା ମେଡିକାଲ ଅଧିକାରୀ ଟିମ୍ ସିଏଚସି ପରିଦର୍ଶନ କରିବା ସହ ନର୍ସମାନଙ୍କୁ ପଚରାଉଚୁରା କରିଥିଲେ। ପୀଡିତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684671543.jpg)