Woman, Daughter-In-Law Murdered At Delhi Home
ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା। ଦିଲ୍ଲୀର ଶାହଦରା ଅଞ୍ଚଳରେ ସୋମବାର ଦିନ ଏହି ଘଟଣା ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ବିମଳା ଦେବୀ ଓ ତାଙ୍କ ବୋହୂ ଡୋଲି ରାୟ(୪୫)। ଶାହଦରା ଅଞ୍ଚଳର ସୁବାଷ ପାର୍କ ଅଞ୍ଚଳରେ ଥିବା ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ବିମଳା ଦେବୀଙ୍କ ୨ ପୁଅ ଦିଲ୍ଲୀ ବାହାରେ ଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଡୋଲିଙ୍କ ପିଲାମାନେ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ, ଘରେ ଲକ୍ ପଡ଼ିଛି। ଏହାପରେ ଏକ ଚାବିରେ ସେମାନେ ଲକ୍ ଖୋଲିଥିଲେ ଓ ଜେଜେମା’ ଏବଂ ମା’ଙ୍କ ଶବ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘରର ଏକ କୋଣରେ ପୋଷା କୁକୁର ବନ୍ଧା ଯାଇଥିଲା।
ପୋଲିସ୍ ସୂଚନା ଅନୁସାରେ, ଘରୁ ଟଙ୍କା ଓ ସୁନା ଅଳଙ୍କାର ଗାଏବ ହୋଇଯାଇଛି। ପ୍ରାଥମକି ତଦନ୍ତରୁ ଜଣାପଡ଼ିଛି, ଛୁରୀ ଭୁସି ଉଭୟଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ଭୋର ୪ଟା ୨୦ ମିନିଟ୍ରେ ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଏହାସହ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍ଭିନ୍ ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660639468.jpg)