Advertisment

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ, ବିବାହିତା ଥାଇ ମଧ୍ୟ ଅନ୍ୟ ଜଣଙ୍କ ସହ ରିଲେସନଶିପ୍‌ରେ ଥିଲେ...

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

Woman Constable Dead Body Found

Woman Constable Dead Body Found

Advertisment

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର PGI ଥାନା ଅଞ୍ଚଳରେ ସମ୍ପୃକ୍ତ ମହିଳା କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟପାରକୁ ନେଇ ଏଭଳି ଘଟିଥିବା ପୋଲିସ୍‌ କହିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମୃତ ମହିଳା କନଷ୍ଟେବଲଙ୍କ ନାଁ ରୁଚି ସିଂ। 

Advertisment

ରୁଚି ବିବାହିତା ଥାଇ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଫେସ୍‌ବୁକ୍‌ରୁ ଜଣେ ନାଏବ ତହସିଲଦାରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଉଭୟ ରିଲେସନଶିପ୍‌ରେ ଥିଲେ। ତହସିଲଦାର ମଧ୍ୟ ବିବାହିତ ବୋଲି ସୂଚନା ମିଳିଛି। 

ସୂଚନା ଅନୁସାରେ, ଗତ ଫେବୃଆରୀ ୧୩ ତାରିଖରେ ରୁଚି ଡ୍ୟୁଟିକୁ ଯାଇ ନଥିଲେ। ଏହାପରେ ସହକର୍ମୀ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା ଓ ବାରମ୍ବାର ରୁଚିଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ଏହାପରେ ସହକର୍ମୀ ମାମଲା ରୁଜୁ କରିଥିଲେ। ଖୋଜାଖୋଜି ପରେ କାଳୀମାତା ଅଞ୍ଚଳରେ ଏକ ନାଳରୁ ମହିଳା କନଷ୍ଟେବଲଙ୍କ ମୃତଦେହ ମିଳିଥିଲା। ଏହାପରେ ରୁଚିଙ୍କ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ପ୍ରେମ ବ୍ୟାପାରକୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ରୁଚି ବିବାହିତା ଥିଲେ। ଜଣେ କନଷ୍ଟେବଲଙ୍କୁ ସେ ବିବାହ କରିଥିଲେ। ଯିଏକି ବର୍ତ୍ତମାନ କୁଶିନଗର ଥାନାରେ କାର୍ଯ୍ୟରତ।

ମିଳିଥିବା ସୂଚନା ଅନୁସାରେ, ଫେସ୍‌ବୁକ୍‌ ମାଧ୍ୟମରେ ପ୍ରତାପଗଡ଼ ରାଣୀଗଞ୍ଜରେ କାର୍ଯ୍ୟରତ ନାଏବ ତହସିଲଦାରଙ୍କ ସହ ରୁଚିଙ୍କ ବନ୍ଧୁତା ହୋଇଥିଲା। ଏହାପରେ ସମ୍ପର୍କ ଆଗକୁ ବଢ଼ିଥିଲା। ଗତ ୫ ବର୍ଷ ହେବ ସେ ତହସିଲଦାରଙ୍କ ସହ ରିଲେସନଶିପ୍‌ରେ ଥିଲେ। ତହସିଲଦାର ମଧ୍ୟ ବିବାହିତ ଥିଲେ। ବିବାହ କରିବା ପାଇଁ ରୁଚି ତହସିଲଦାରଙ୍କ ଉପରେ ଚାପ ପକାଉଥିଲେ ବୋଲି ଜଣାପଡ଼ିଛି। 

Advertisment

ରୁଚିଙ୍କ ମୃତଦେହ ମିଳିବା ଓ ତହସିଲଦାରଙ୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିବା ପରେ ପୋଲିସ୍‌ ତହସିଲଦାରଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ତାଙ୍କୁ ହତ୍ୟା କରାଯାଇ ନାଳରେ ଫିଙ୍ଗି ଦିଆଯାଇଥିବା ପୋଲିସ୍‌ ସନ୍ଦେହ କରୁଛି। କିଏ ଓ କାହିଁକି ମହିଳା କନଷ୍ଟେବଲଙ୍କୁ ହତ୍ୟା କଲା, ସେନେଇ ପୋଲିସ୍‌ ଖୋଳାତାଡ଼ ଚଳାଇଛି। 

Woman Constable Dead Body Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ