Advertisment

ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ଦୁନିଆ ଛାଡ଼ିବା ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି ନୋଟ୍‌...

ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।

Woman, 2 Daughters Found Dead In Delhi

Woman, 2 Daughters Found Dead In Delhi

Advertisment

‘ଘରେ ପ୍ରବେଶ କରିବା ପରେ କୌଣସି ପ୍ରକାର ଲାଇଟର୍‌ କିମ୍ବା ନିଆଁ ଲଗାନ୍ତୁ ନାହିଁ।’ ମୃତ୍ୟୁ ପୂର୍ବରୁ ଘର କାନ୍ଥରେ ଏକ କାଗଜରେ ଏଭଳି କିଛି ଲେଖି ଜୀବନ ହାରିଛନ୍ତି ପରିବାରର ୩ ସଦସ୍ୟ। ଦକ୍ଷିଣପଶ୍ଚିମ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳର ଏକ ଫ୍ଲାଟ୍‌ରୁ  ଜଣେ ମହିଳା ଓ ତାଙ୍କର ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମଞ୍ଜୁ ଓ ତାଙ୍କର ୨ ଝିଅ ଅଂଶିକା ଓ ଅଙ୍କୁ। 

Advertisment

ବସନ୍ତ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ-୨୦୭ରେ ମଞ୍ଜୁ ଓ ତାଙ୍କର ୨ ଝିଅ ରହୁଥିଲେ। ଶନିବାର ଦିନ ମା’ ଓ ୨ ଝିଅ ଘରର ଚାରିପଟୁ ବନ୍ଦ କରି ଛୋଟ ଚୁଲାରେ କିଛି ରାସାୟନିକ ପଦାର୍ଥ ମିଶାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବର୍ଷକ ପୂର୍ବରୁ ଘରର ମୁଖିଆ ତଥା ମଞ୍ଜୁଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକଙ୍କ ଦୁଃଖ, କଷ୍ଟ ଆରମ୍ଭ ହୋଇଥିଲା ଓ ପୁରା ପରିବାର ଡିପ୍ରେସନରେ ରହୁଥିଲେ।

ଜାତୀୟ ଗଣମାଧ୍ୟମ ସଂସ୍ଥା Aajtakର ରିପୋର୍ଟ ଅନୁସାରେ, ମଞ୍ଜୁଙ୍କ ଦୁଇ ଝିଅଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଗତ କିଛି ବର୍ଷ ହେବ ମଞ୍ଜୁ ଅସୁସ୍ଥତା ଯୋଗୁ ଶଯ୍ୟାଶାୟୀ ଥିବାବେଳେ ଗତବର୍ଷ ଏପ୍ରିଲରେ କରୋନାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ। ମଞ୍ଜୁଙ୍କ ସ୍ୱାମୀ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାରର ସ୍ଥିତି ବିଗିଡ଼ିବାରେ ଲାଗିଥିଲା। 

Advertisment

ସୂଚନା ଅନୁସାରେ, ଗତକାଲି ସକାଳେ ରାସନ ଟଙ୍କା ଆଣିବା ପାଇଁ ମଞ୍ଜୁଙ୍କ ଘରେ କାମ କରୁଥିବା ମହିଳା ଜଣକ ଘରକୁ ଯାଇଥିଲେ। ଏହି ସମୟରେ ସେ ଘରର କବାଟ ବାଡ଼େଇ ଥିଲେ ମଧ୍ୟ କେହି କିଛି ଉତ୍ତର ଦେଇନଥିଲେ। ଏପରିକି କେହି ଫୋନ୍‌ ମଧ୍ୟ ଉଠାଇ ନଥିଲେ। ଶେଷରେ ମହିଳା ଜଣକ ସ୍ଥାନୀୟ ଲୋକଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଘରର କବାଟ ଭାଙ୍ଗି ଥିଲେ। ଏହାପରେ ଦେଖିବାକୁ ପାଇଥିଲେ, ଘର ଭିତରେ ଚାରିଆଡ଼େ ଖାଲି ଧୂଆଁ। ୩ଟି ସ୍ଥାନରେ ଛୋଟ ଛୋଟ ଚୁଲା ଜଳା ଯାଇଥିବା ସହ ରୁମ୍‌ ଭିତରେ ମହିଳା ଓ ତାଙ୍କ ୨ ଝିଅଙ୍କ ମୃତଦେହ ପଡ଼ିଛି। ମୃତ୍ୟୁ ପୂର୍ବରୁ ଏମାନେ ଘର କାନ୍ଥରେ ଏକ କାଗଜ ଲଗାଇଥିଲେ। ଯେଉଁଥିରେ ଲେଖାଯାଇଥିଲା, ‘ଘରେ ପ୍ରବେଶ କରିବା ପରେ କୌଣସି ପ୍ରକାର ଲାଇଟର୍‌ କିମ୍ବା ନିଆଁ ଲଗାନ୍ତୁ ନାହିଁ।’ ଏହାର ଅର୍ଥ ଘର ଭିତରେ ଗ୍ୟାସ୍‌ ଯୋଗୁ ଯେଭଳି କୌଣସି ପ୍ରକାର ଅଘଟଣ ନଘଟେ ଓ ଏହାଦ୍ୱାରା କାହାର କୌଣସି କ୍ଷତି ଯେପରି ନହୁଏ। ଘର ଭିତରେ ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ଖୋଲା ଥିବା ଦେଖିବାକୁ ମିଳିଥିଲା।

Advertisment

ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ଛାନ୍‌ଭିନ୍‌ ଆରମ୍ଭ ହୋଇଛି। 

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ