Advertisment

ମମତାଙ୍କ ଘରକୁ ବନ୍ଧୁକ-ଭୁଜାଲି ଧରି ପଶୁଥିଲା ଦୁର୍ବୃତ୍ତ ! କାବୁ କଲା ପୋଲିସ

ଗାଡ଼ିରେ ପୋଲିସ ଲେଖିବା ଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ମମତାଙ୍କ ଘରକୁ ବନ୍ଧୁକ ଧରି ପଶୁଥିଲା ଯୁବକ । ଖାଲି ବନ୍ଧୁକ ନୁହେଁ ପାଖରେ ଥିଲା ଭୁଜାଲି ସହ ବିଭିନ୍ନ ଏଜେନ୍ସିର ପରିଚୟ ପତ୍ର । ତେବେ କିଏ ସେ ଯୁବକ ? କ’ଣ ଥିଲା ତାର ଉଦେଶ୍ୟ ? କାହିଁକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରକୁ ଯାଉଥିଲା ସେ ? ମମତାଙ୍କୁ ହତ୍ୟା କରିବାର ଥିଲା କି ଉଦେଶ୍ୟ ? ତେବେ ଏହି ସବୁ ତମାମ ପ୍ରଶ୍ନର ଉତ୍ତର ପାଇବାକୁ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Advertisment

ପୋଲିସର କହିବାନୁଯାୟୀ, ପୁରା ଘଟଣାଟି ହେଲା ଉକ୍ତ ଯୁବକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ଗଳିରେ ଯାଉଥିଲା । ତାର ହାବଭାବ ଦେଖି ପୋଲିସ ସନ୍ଦେହ କରିଥିଲା । ଫଳରେ ତାକୁ ଅଟକ ରଖି ପଚରାଉଚରା କରିଥିଲା । ଏହାସହ ତାଠାରୁ ଗୋଟିଏ ବନ୍ଧୁକ ଜବତ କରିବା ସହ ବିଭିନ୍ନ ଏଜେନ୍ସିର ପରିଚୟପତ୍ର ମଧ୍ୟ ପୋଲିସ ଜବତ କରିଛି । ଖାଲି ସେତିକି ନୁହେଁ ତା’ ପାଖରୁ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି ।

ସବୁଠାରୁ ବଡ଼ କଥା ହେଲା, ଉକ୍ତ ବ୍ୟକ୍ତି ଯେଉଁ କାର ନେଇ ଆସୁଥିଲା ସେଥିରେ ପୋଲିସ ବୋଲି ଲେଖାଅଛି । ଅର୍ଥାତ ଏହି ଗାଡ଼ିକୁ ଯିଏ ବି ଦେଖିବ ପ୍ରଥମେ ପୋଲିସ ଅଧିକାରୀଙ୍କ ଗାଡ଼ି ବୋଲି ଭାବିବ । ଗାଡ଼ିରେ ପୋଲିସ ଲେଖିବାଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Advertisment
West Bengal Mamata Banarjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ