Advertisment

କାଲି ଦେବେନ୍ଦ୍ର ଫଡନାଭିସଙ୍କ ଅଣ୍ଡରୱାଲର୍ଡ ସହ ରହିଛି ସମ୍ପର୍କ, କାଲି ଖୁଲାସା କରିବେ ନୱାବ୍‌?

କାଲି ମହାରାଷ୍ଟ୍ରରେ ଦେଖାଯିବ ହାଇଡ୍ରାମା। ଗୋଟିଏ ପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ଅନେକ ଗୁମର ଖୋଲିଥିବା ବେଳେ କାଲି ନୱାବ ଦେବେନ୍ଦ୍ରଙ୍କ ପୋଲ୍‌ ଖୋଲିବେ ବୋଲି ସୂଚନା ଦେଇଛନ୍ତି

Maharashtra Politics

Maharashtra Politics

Advertisment

ମୁମ୍ବାଇ: ଅଣ୍ଡର ଓ୍ୱାର୍ଲଡ ଲିଙ୍କ୍ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବେକା କ୍ୟାବିନେଟ୍ ମନ୍ତ୍ରୀ ନବାବ ମଲ୍ଲିକ ମଧ୍ୟରେ ଗୁରୁତର ଆରୋପ ପ୍ରତ୍ୟାରୋପ ଚାଲିଛି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତଙ୍କ ସହ ନବାବ ମଲ୍ଲିକଙ୍କ ସମ୍ପର୍କ ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଆଜି ଏକ ପ୍ରେସମିଟରେ ନବାବ ମଲ୍ଲିକଙ୍କ ବିରୋଧରେ ଖୁଲାସା କରି ଫଡନାଭିସ କହିଥିଲେ ଯେ, ମୁମ୍ବାଇ ସିରିଜ୍ ବିସ୍ଫୋରଣ ଦୋଷୀଙ୍କ ସହ ମିଶି ନବାବ ମଲିକ ଏକ ଜମି କିଣିଛନ୍ତି।

Advertisment

ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କରର ସହଯୋଗୀ ସଲିମ୍ ପଟେଲ, ଏବଂ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ବାଦଶାହା ଖାନଠାରୁ ଏହି ସମ୍ପତ୍ତି କିଣା ଯାଇଥିଲା। ନବାବ ମଲିକଙ୍କ କମ୍ପାନୀ କିଣିଥିବା ସମ୍ପତ୍ତିର ପାଓ୍ୱାର ଅଫ ଆଟର୍ଣ୍ଣି ସଲିମ ପଟେଲ ନାଁରେ ଥିଲା। ନବାବ ମଲିକଙ୍କ କମ୍ପାନୀ କରିଥିବା ଡିଲରେ ତାଙ୍କ ପୁଅ ଫରାଜ୍ ମଲିକଙ୍କ ଦସ୍ତଖତ ରହିଛି। ଏଭଳି ୫ଟି ଜମିର କାଗଜପତ୍ର ସେ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଫଡନାଭିସ୍ କହିଛନ୍ତି ।

Advertisment

ସେପଟେ ନୱାବ ମଲିକ ଏହାର ଜବାବ ରଖି ଆସନ୍ତାକାଲି ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ବଡ ଖୁଲାସା କରିବେ ବୋଲି ସୂଚନା ଦେଇଛନ୍ତି । ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବବେଳେ ଅଣ୍ଡରୱାଲର୍ଡ ସହ ତାଙ୍କ ଲିଙ୍କ ଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ତେବେ ନବାବଙ୍କ କହିବା ଅନୁସାରେ ଆସନ୍ତାକାଲି ସେ କେଉଁ ହାଇ଼ଡ୍ରୋଜେନ୍ ବୋମା ବିସ୍ଫୋରଣ କରିବେ, ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

Maharashtra Nawab Malik Devendra Fadnavis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ