• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ପରେ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାନସିକ ନିଷ୍ଠୁରତା । ସ୍ୱାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ବିନା କାରଣରେ ସାଥୀ ସହ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ହେଲେ, ମାନସିକ ନିର୍ଦ୍ଦୟତାର ପ୍ରମାଣ ଅଟେ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବିରୋଧରେ ଏପରି ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦମ୍ପତିଙ୍କ ଛାଡ଼ପତ୍ର ମଞ୍ଜୁର କରିବା ପରେ ଏପରି ରାୟ ଶୁଣାଇଛନ୍ତି ଦିଲ୍ଲୀ କୋର୍ଟ । ୨୦୧୪ରେ ଉଭୟଙ୍କର ବିବାହ ହୋଇଥିବା ଜଣାପଡ଼ିଛି ।

ସୁସ୍ଥ ଶାରୀରିକ ସମ୍ପର୍କ ଏକ ସୁଖୀ ଓ ସଫଳ ବିବାହର ମୌଳିକ ଉପାଦାନ । ହେଲେ ଜଣେ ଇଚ୍ଛା କରୁଥିବା ବେଳେ ଅନ୍ୟ ଜଣକ ଜାଣିଶୁଣି ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା ମାନସିକ ନିର୍ଯାତାନ ଦେବା ସହ ସମାନ, ବିଶେଷ କରି ଯଦି ସ୍ୱାମୀସ୍ତ୍ରୀ ନୂଆ ବିବାହ କରିଥାଆନ୍ତି। ଏଭଳି ରାୟ ଶୁଣାଇଛନ୍ତି କୋର୍ଟ ।

ତେବେ ମହିଳା ଜଣକ ଶାରୀରିକ ସମ୍ପର୍କ ରଖିବା ପାଇଁ ଆଦୌ ରାଜି ନୁହଁନ୍ତି ବୋଲି କୋର୍ଟ ପାଖରେ ଏକ ରିପୋର୍ଟ ଉପସ୍ଥାପନ ହୋଇଥିଲା । ମହିଳା ଜଣକ Genophobia ରୋଗରେ ପୀଡ଼ିତ ଏବଂ ଏହି ରୋଗ ଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ ଭୟ ସୃଷ୍ଟି ହୋଇଥାଏ । ହେଲେ ମହିଳା ଜଣକ ଏକଥାକୁ ଅସ୍ୱୀକାର କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ୱାମୀଙ୍କ ବିରୋଧରେ ସେ ପାଲଟା ଅଭିଯୋଗ ଆଣିଛନ୍ତି । ବିବାହର ଏତେ ବର୍ଷ ପରେ ମଧ୍ୟ ସ୍ୱାମୀ ପିଲାପିଲି ଚାହୁଁନଥିବା କହିଛନ୍ତି ।

ପଚରାଉଚରା ସମୟରେ ମହିଳା ଜଣକ କହିଛନ୍ତି, ମାଟ୍ରିମୋନି ସାଇଟରେ ସ୍ୱାମୀଙ୍କ ସହ ତାଙ୍କର ଭେଟ ହୋଇଥିଲା । କଥାବାର୍ତ୍ତା ଆଉ ଦେଖାସାକ୍ଷାତର ୧୪ ମାସ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଅନ୍ୟପକ୍ଷରେ ସ୍ୱାମୀଙ୍କ ପକ୍ଷ ଓକିଲ କହିଛନ୍ତି, ମହିଳା ଜଣକ ବିବାହକୁ ସଫଳ କରିବା ପାଇଁ ଆଦୌ ପ୍ରୟାସ କରିନାହାନ୍ତି । ବିଭିନ୍ନ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ଉଦ୍ୟମ ସତ୍ତ୍ୱେ ନା ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ହୋଇଛନ୍ତି ନା ପିଲାପିଲି ପାଇଁ ରାଜି ହୋଇଛନ୍ତି ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ଶୁଣାଇଛନ୍ତି । ଶାରୀରିକ ସମ୍ପର୍କ ନରଖିଲେ କୌଣସି ବିବାହ ଅଧିକ ସମୟ ଧରି ତିଷ୍ଠି ପାରିବ ନାହିଁ । ଯଦି ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଏଥିରେ କୌଣସି ସମସ୍ୟା ହେଉନି, ତେବେ କିଛି ଅସୁବିଧା ନାହିଁ । କିନ୍ତୁ ଜଣେ ଚାହୁଁଥିବା ବେଳେ ଅନ୍ୟଜଣେ ସମ୍ପର୍କ ପାଇ ପ୍ରତ୍ୟାଖାନ କରିବା ନିଷ୍ଠୁରତା । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ କୋର୍ଟ ବର୍ତ୍ତମାନ ଉଭୟଙ୍କ ଛାଡ଼ପତ୍ର ମଞ୍ଜୁର କରିଛନ୍ତି।