Advertisment

ରେକର୍ଡ ଭାଙ୍ଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ! ଚର୍ଚ୍ଚାରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଫେସ୍‌ବୁକ୍‌ ଆକାଉଣ୍ଟ ?

ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ଅଦ୍ୟତନ ହୋଇଛି
Draupadi Murmu

Draupadi Murmu

Advertisment

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଭାରତର ରାଷ୍ଟ୍ରପତି । ଯାହାକୁ ନେଇ ସାରା ଓଡ଼ିଶା କାହିଁକି ଦେଶସାରା ଚର୍ଚ୍ଚା । ନିପଟ ଆଦିବାସୀ ମୁଲକରୁ ଆସି ରାଇସିନା ହିଲରେ ବସି ମହାମହିମ ସୌଭାଗ୍ୟ ଅର୍ଜନ କରିଛନ୍ତି। ରାଷ୍ଟ୍ରପତି ହେବାରେ ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା। ଏସବୁ ଚର୍ଚ୍ଚା ଭିତରେ ଦ୍ରୌପଦୀ ମୁର୍ମୁ ସୋସିଆଲ୍ ମିଡିଆରେ କରିଛନ୍ତି ନୂଆ ରେକର୍ଡ। ସୋସିଆଲ୍ ମିଡିଆର ପ୍ରମୁଖ ପ୍ଲାଟଫର୍ମ ଫେସବୁକରେ ଆକାଉଣ୍ଟ ଖୋଲିବାର ମାତ୍ର ୧୦ ଦିନରେ ତାଙ୍କ ଫଲୋରସ୍ ସଂଖ୍ୟା ୬ ମିଲିୟନ୍ ଟପିଛି।

Advertisment

ଯେଉଁଦିନ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ ସେହି ଦିନ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଉଛି। ଜୁଲାଇ ୨୫ ତାରିଖ ସୋମବାର ସକାଳ ୧୦ଟା ୧୫ମିନିଟରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଆଉ ଏହାର ମାତ୍ର ୨୨ ମିନିଟ ମଧ୍ୟରେ ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲାଯାଇଥିଲା । ସକାଳ ୧୦ଟା ୩୭ରେ ପ୍ରଥମ ପ୍ରୋଫାଇଲ୍‌ ଫଟୋ ଅପ୍‌ଡେଟ୍‌ ହୋଇଥିଲା । ଆଜିକୁ ଠିକ୍ ୧୦ ଦିନ ତଳେ ଖୋଲିଥିବା ଦ୍ରୌପଦୀ ମୁର୍ମୁଙ୍କ ଫେସବୁକକୁ ୬ ମିଲିୟନ୍ ଲୋକ ଫଲୋ କରିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରିବା ସୁଦ୍ଧା ତାଙ୍କ ଫଲୋଅର୍ସ ସଂଖ୍ୟା ୯.୫ ମିଲିଅନ୍‌ରେ ପହଞ୍ଚିଥିଲା ।

President Of IndiaPresident Of India

ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଫେସ୍‌ବୁକ୍‌ ଆକାଉଣ୍ଟକୁ ନେଇ ଏବେ ସବୁଠି ଜୋରଦାର ଚର୍ଚ୍ଚା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳର କିଛି ଫଟୋ ଏଥିରେ ପୋଷ୍ଟ କରି ତାକୁ ଏବେ ବି ପିନ୍‌ ଟୁ ଟପ୍‌ କରି ରଖିଛନ୍ତି । ଏହା ସହ ଏହି ପୋଷ୍ଟରେ ସେ ନିଜ ମାତୃଭାଷାରେ ଲେଖିଛନ୍ତି ଜୁହାର । ତାକୁ ନେଇ ମଧ୍ୟ ଅନେକ ଦିଗରୁ ତାଙ୍କୁ ପ୍ରଶଂସା କରାଯାଇଛି । ଏଭଳି ପୋଷ୍ଟ ପାଇଁ ତାଙ୍କୁ ଅନେକ ରେସପନ୍ସ ମଧ୍ୟ ମିଳିଛି ।

Advertisment

ସବୁଠାରୁ ବଡ଼ କଥା ହେଲା ଏହି ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଆକାଉଣ୍ଟରୁ କାହାରିକୁ ଫଲୋ କରାଯାଇନଥିବା ବେଳେ ତାଙ୍କୁ ୬ ମିଲିଅନ୍‌ରୁ ଅଧିକ ଲୋକ ଫଲୋ କରି ସାରିଛନ୍ତି ।  ଏବେ ତାଙ୍କର ଏହି ଆଇଡିକୁ ଫେସ୍‌ବୁକ୍‌ ତରଫରୁ ଭେରିଫାଏ କରାଯାଇ ବ୍ଲୁ-ଟିକ୍‌ ମଧ୍ୟ ଦିଆଯାଇଛି । 

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଓଡ଼ିଆ ଆଦିବାସୀ ଝିଅ । ସେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ବିପୁଳ ସମର୍ଥନ ସହ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ତାଙ୍କ ବିପକ୍ଷରେ ଥିଲେ ଯଶୱନ୍ତ ସିହ୍ନା ।

Advertisment

ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲୁ ଖୋଲୁ ଲକ୍ଷ ଲକ୍ଷ ଫଲୋଅର୍ସ । ଏମିତି ରେକର୍ଡ ପୂର୍ବରୁ କେବେ ହୋଇଥିବା ବୋଧ ହୁଏ ଦେଖାଯାଇନଥିଲା । ଯାହା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୋସିଆଲ୍ ମିଡ଼ିଆ ପେଜରେ ଦେଖିବାକୁ ମିଳିଛି। ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ଆସନରେ ବସିବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଖାଲି ଭାରତ କାହିଁକି ବିଦେଶର ଅନେକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।

President Of India Facebook Account Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ