Indian Passport: ଭାରତୀୟ ପାସପୋର୍ଟରେ ରଙ୍ଗ ବିଭେଦ କାହିଁକି ? ୪ ରଙ୍ଗର ପାସପୋର୍ଟ ପଛରେ କ‘ଣ ରହିଛି ରହସ୍ୟ ?  

ଭାରତୀୟ ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଆଇନସିଦ୍ଧ ଭାବେ ଗଣାଯାଏ । ୨୦୨୫ ମସିହାରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ଭାରତୀୟ ପାସପୋର୍ଟ ବିଶ୍ୱର ୮୫ ନମ୍ବରରେ ରହିଛି । ଏହି ରାଙ୍କରେ ଥିବା ଦେଶମାନଙ୍କୁ ବିନା ଭିଜାରେ ବିଦେଶ ଯାତ୍ରା କରିପାରୁଥିବା ଦେଶ ମଧ୍ୟରେ ଗଣାଯାଇଥାଏ । ଭାରତୀୟ ପାସପୋର୍ଟ ମାଧ୍ୟମରେ ଜଣେ ବିନା ଭିଜାରେ ୫୭ ଦେଶ ଯାତ୍ରା କରିପାରିବ । କିଛି ଦେଶରେ ଭାରତୀୟଙ୍କୁ ଭିଜା ଅନ ଆରାଇଭାଲର ସୁବିଧା ବି ଦିଆଯାଇଛି ।

କ’ଣ କୁହେ ପାସ୍‌ପୋର୍ଟର ରଙ୍ଗ

ଭାରତୀୟ ପାସପୋର୍ଟକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ରହିବା ବି ସ୍ୱାଭାବିକ । କାରଣ ପାସପୋର୍ଟ ତ ପାସପୋର୍ଟ । ତା’ ପୁଣି ଏତେ ରଙ୍ଗର କାହିଁକି ? ଏହି ଭିନ୍ନ ରଙ୍ଗ ପାସପୋର୍ଟ ପଛରେ କ’ଣ ରହିଛି ରହସ୍ୟ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ।  ଭାରତରେ ୪ ରଙ୍ଗର ପାସପୋର୍ଟ ଜାରି କରାଯାଇଥାଏ । ନୀଳ, ମେରୁନ, ଧଳା ଏବଂ କମଳା । ଏହି ଭିନ୍ନ ରଙ୍ଗର ପାସପୋର୍ଟ ପଛରେ କ’ଣ ରହିଛି ଉଦ୍ଦେଶ୍ୟ ତାହା କହିବା ପୂର୍ବରୁ ଏକଥା ସ୍ପଷ୍ଟ କରିବୁ ଯେ, ପାସପୋର୍ଟ ହେଉଛି ଜଣେ ବ୍ୟକ୍ତିର ଆଇନସିଦ୍ଧ ପ୍ରମାଣପତ୍ର । ବିଦେଶ ଯାତ୍ରା ପାଇଁ ଏହାର ଆବଶ୍ୟକତା ବହୁତ ବେଶୀ । ପାସପୋର୍ଟ ନ ଥିଲେ ଆପଣ ବିଦେଶ ଯାତ୍ରା କରିପାରବେ ନାହିଁ । ତେଣୁ ବିଦେଶ ଯାତ୍ରା ପୂର୍ବରୁ ପ୍ରଥମେ ଖୋଜାପଡେ ପାସପୋର୍ଟ ଏବଂ ତା ପରେ ଭିଜା ।

ଭାରତୀୟ ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଆଇନସିଦ୍ଧ ଭାବେ ଗଣାଯାଏ । ୨୦୨୫ ମସିହାରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ଭାରତୀୟ ପାସପୋର୍ଟ ବିଶ୍ୱର ୮୫ ନମ୍ବରରେ ରହିଛି । ଏହି ରାଙ୍କରେ ଥିବା ଦେଶମାନଙ୍କୁ ବିନା ଭିଜାରେ ବିଦେଶ ଯାତ୍ରା କରିପାରୁଥିବା ଦେଶ ମଧ୍ୟରେ ଗଣାଯାଇଥାଏ । ଭାରତୀୟ ପାସପୋର୍ଟ ମାଧ୍ୟମରେ ଜଣେ ବିନା ଭିଜାରେ ୫୭ ଦେଶ ଯାତ୍ରା କରିପାରିବ । କିଛି ଦେଶରେ ଭାରତୀୟଙ୍କୁ ଭିଜା ଅନ ଆରାଇଭାଲର ସୁବିଧା ବି ଦିଆଯାଇଛି ।

ତେବେ ଭାରତରେ ଏହି ୪ ରଙ୍ଗର ପାସପୋର୍ଟ ମଧ୍ୟରୁ କେଉଁ ରଙ୍ଗ କାହା ପାଇଁ ଉଦ୍ଦିଷ୍ଟ ? କେଉଁ ରଙ୍ଗର ପାସପାର୍ଟରେ କି ସବୁଧା ମିଳେ ଆସନ୍ତୁ ଜାଣିବା ।

ନୀଳ ରଙ୍ଗର ପାସପୋର୍ଟ ଦେଶର ସାଧାରଣ ନାଗରିକଙ୍କ ପାଇଁ ଜାରି କରାଯାଇଥାଏ । ସେହିପରି ଧଳା ରଙ୍ଗର ପାସପୋର୍ଟ ସରକାରୀ କାମରେ ବିଦେଶ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଜାରି କରାଯାଇଥାଏ । ଇଣ୍ଡିଆନ ଡିପ୍ଲୋମାଟ୍ସ, ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ରହିଛି ମେରୁନ ରଙ୍ଗର ପାସପୋର୍ଟ  । କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି, ଶ୍ରମିକ ଭାବେ ବିଦେଶ ଯାଉଥିବା ବ୍ୟକ୍ତିଙ୍କ ପାଇଁ ନାରଙ୍ଗୀ ରଙ୍ଗର ପାସପୋର୍ଟ ଜାରି କରାଯାଇଥାଏ ।

ପାସପୋର୍ଟକୁ ନିଜ ପରିଚୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିଚାର କରାଯାଇଥାଏ । କାରଣ ଏକ ଲମ୍ବା ପ୍ରକ୍ରିୟା ପରେ କେନ୍ଦ୍ର ସରକାର ଏହି ପାସପୋର୍ଟ ଜାରି କରିଥାନ୍ତି । ଏଥିରେ ସମସ୍ତ ପ୍ରକାର ଯାଞ୍ଚ ପ୍ରକ୍ରିୟା ରହିଛି । ପାସପୋର୍ଟ ଜାରି ହେବା ପରେ ଜଣେ ଭାରତୀୟ ନାଗରିକ ଯେ କୌଣସି ଦେଶର ଭିଜା ଲଗାଇ ଯାତ୍ରା କରିପାରିବ ।

କ’ଣ ରହିଛି ମେରୁନ ପାସପୋର୍ଟର ବିଶେଷତ୍ୱ ?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମେରୁନ ରଙ୍ଗର ପାସପୋର୍ଟ । ଭାରତୀୟ ରାଜନେତା ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ମେରୁନ ପାସପୋର୍ଟ ଜାରି କରାଯାଇଥାଏ । ଏହି କ୍ୟାଟେଗୋରୀରେ ଇଣ୍ଡିଆନ ଡିପ୍ଲୋମାଟସ, ଆଇଏଏସ ଅଧିକାରୀ, ଆଇପିଏସ ଅଧିକାରୀ ରାଙ୍କର ବରିଷ୍ଠ ସରକାରୀ ଅଫିସରମାନେ ଅଛନ୍ତି । ଏହି ପାସପୋର୍ଟ ଧାରକମାନେ ବିଦେଶରେ ଭାରତର ପ୍ରତିନିଧିତ୍ୱ କରିଥାନ୍ତି । ପାସପୋର୍ଟର ରଙ୍ଗ ହିଁ ବ୍ୟକ୍ତିର ବିଶେଷତା କହିଦିଏ  । ଏହି ପାସପୋର୍ଟ ପାଇଥିବା ବ୍ୟକ୍ତିମାନେ ବିଦେଶରେ ଏମ୍ବାସୀଙ୍କଠାରୁ ଆରମ୍ଭ କରି ଯାତ୍ରା ସମୟରେ ଅନେକ ଅତିରିକ୍ତ ସୁବିଧା ପାଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେରୁନ ପାସପୋର୍ଟ ଧାରକଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ ଭିଜାର ଆବଶ୍ୟକତା ପଡ଼ି ନ ଥାଏ । ଏପରିକି ଦେଶାନ୍ତର ହେବାକୁ ଚାହୁଁଥିଲେ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ କାମ ଶୀଘ୍ର ଏବଂ ସହଜରେ ହୋଇଯାଇଥାଏ । ବିଦେଶରେ ଏହି ପାସପୋର୍ଟ ଧାରକଙ୍କ ବିରୋଧରେ ସହଜରେ ମାମଲା ଦାଏର କରିହେବ ନାହିଁ । କାରଣ ସେମାନଙ୍କୁ କୂଟନୀତିକ ସୁରକ୍ଷା ମିଳିଥାଏ ।

କାହାକୁ ମିଳେ ଧଳା ରଙ୍ଗର ପାସପୋର୍ଟ ?

ସରକାରୀ କାମରେ ବିଦେଶ ଯାଉଥିବା ଅଧିକାରୀମାନଙ୍କ ପାଇଁ ଜାରି କରାଯାଇଥାଏ ଧଳା ରଙ୍ଗର ପାସେପାର୍ଟ । ଏହି ପାସପୋର୍ଟ ସରକାରୀ ଅଧିକାରୀଙ୍କ ପ୍ରତିନିଧିତ୍ୱ କରିଥାଏ । କଷ୍ଟମ ଚେକିଂ ସମୟରେ ଧାରକଙ୍କ ସହ ସରକାରୀ ଅଧିକାରୀଙ୍କ ପରି ବ୍ୟବହାର କରାଯାଇଥାଏ । ଅର୍ଥାତ ତାଙ୍କୁ ଭିଆଇପି ପୋର୍ଟକଲ ମିଳିଥାଏ । ଧଳା ରଙ୍ଗର ପାସପୋର୍ଟ ପାଇଁ ଆବେଦକଙ୍କୁ ଅଲଗା ଆବେଦନ କରିବାକୁ ପଡିଥାଏ । ଏହି ପାସପୋର୍ଟ କାହିଁକି ଦରକାର ସେ ବିଷୟରେ ଆବେଦନପତ୍ରରେ  ତାଙ୍କୁ ପ୍ରମାଣ ଦେବାକୁ ପଡ଼ିଥାଏ  । ଧଳା ରଙ୍ଗର ପାସପୋର୍ଟ ଧାରକଙ୍କୁ ଅନେକ ସ୍ୱତନ୍ତ୍ର ସୁବିଧା ମିଳିଥାଏ ।

କ’ଣ କହେ ନୀଳ ରଙ୍ଗର ପାସପୋର୍ଟ ?

ଭାରତର ସାଧାରଣ ନାଗରିକଙ୍କ ପାଇଁ ଜାରି କରା ଯାଇଥାଏ ନୀଳ ରଙ୍ଗର ପାସପୋର୍ଟ । ସାଧାରଣ ଭାରତୀୟଙ୍କୁ ସରକାରୀ ଅଧିକାରୀ ଏବଂ ରାଜନେତାଙ୍କଠାରୁ ଅଲଗା ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟରେ ଏପରି ରଙ୍ଗର ବିବିଧତା ରଖାଯାଇଛି । ଏହାଦ୍ୱାରା କଷ୍ଟମ ଅଫିସର୍ସ ଏବଂ ଅନ୍ୟ ଦେଶର ଏୟାରପୋର୍ଟ କର୍ମଚାରୀଙ୍କୁ ସୁବିଧା ହୋଇଥାଏ । ସବୁ ପାସପୋର୍ଟ ପରି ଏଥିରେ ଧାରକର ନାମ, ଜନ୍ମ ତାରିଖ, ଜନ୍ମସ୍ଥାନ ଲେଖା ଯାଇଥାଏ । ଏହାବ୍ୟତୀତ ଏଥିରେ ଧାରକଙ୍କ ଫଟୋ, ହସ୍ତାକ୍ଷର ଏବଂ ଅନ୍ୟ ସମସ୍ତ ତଥ୍ୟ ରହିଥାଏ ।

ପ୍ରବାସୀ ଶ୍ରମିକଙ୍କ ପାଇଁ କାହିଁକି କମଳା ରଙ୍ଗ ?

ଭାରତ ସରାକାର କମଳା ରଙ୍ଗର ପାସେପାର୍ଟ ଏକ ସ୍ୱତନ୍ତ୍ର ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଜାରି କରିଥାନ୍ତି । ବିଶେଷ କରି ଯେଉଁମାନେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାପ୍ରାପ୍ତ କରିଥାନ୍ତି ସେହିମାନଙ୍କୁ ହିଁ ମିଳିଥାଏ ଏହି ପାସପୋର୍ଟ । ଏହା ବ୍ୟତୀତ ଯେଉଁମାନେ ବିଦେଶରେ ପ୍ରବାସୀ ଶ୍ରମିକଭାବେ କାମ କରିବାକୁ  ଯାଇଥାନ୍ତି ସେମାନଙ୍କ ପାଇଁ ଏହି ରଙ୍ଗର ପାସପୋର୍ଟ ବ୍ୟବସ୍ଥା କରାଯାଇଥାଏ । କମଳା ରଙ୍ଗର ପାସପୋର୍ଟ ଧାରକଙ୍କୁ ଯାତ୍ରା ପ୍ରକ୍ରିୟା ବୁଝାଇବା ଲାଗି ଅନ୍ୟର ସାହାଯ୍ୟ ଦରକାର ପଡିଥାଏ । ତେଣୁ ପାସପୋର୍ଟ ଦେଖିଦେଲେ ତାଙ୍କୁ ଏହି ସୁବିଧା ସହଜରେ ମିଳିଯାଇଥାଏ । ଏହି ପାସପୋର୍ଟରେ ଧାରକଙ୍କ ଫଟୋ ସମେତ ଅନ୍ୟାନ୍ୟ ସମସ୍ତ ତଥ୍ୟ ଦିଆଯାଇଥାଏ । ଏହି ଧଳା ରଙ୍ଗର ପାସପୋର୍ଟ ସହାୟତାରେ ଭାରତୀୟମାନେ ୫୭ ଦେଶକୁ ଭିଜା ଫ୍ରି ଟ୍ରାଭେଲ କରି ପାରିବେ । ଏହି ଦେଶ ମଧ୍ୟରେ ରହିଛି ଭୁଟାନ, ବୋଲିଭିୟା, ଫିଜି, ହାଇତି, କେନିଆ, ମରିସସ, ଶ୍ରୀଲଙ୍କା, ଅଙ୍ଗୋଲା ଏବଂ କତାର ।

ଏଠି କହିରଖିବୁ, ପୂର୍ବ ରେକର୍ଡ ଅନୁସାରେ ଚଳିତ ବର୍ଷ ଭାରତର ପାସପୋର୍ଟ ରାଙ୍କିଂ ଖସି ଯାଇଛି । ପୂର୍ବ ତୁଳନାରେ ୫ଟି ରାଙ୍କ ତଳକୁ ଖସିଛି । ୨୦୨୫ରେ ଭାରତକୁ ୮୫ ରାଙ୍କ ମିଳିଥିବାବେଳେ ପୂର୍ବରୁ ୮୦ ସ୍ଥାନରେ ଥିଲା ।

କେତେ ଦିନରେ ପ୍ରସ୍ତୁତ ହୋଇଥାଏ ପାସପୋର୍ଟ

ପାସପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଖୁବ ଲମ୍ବା । ତେବେ ଯଦି ଆପଣଙ୍କୁ ତୁରନ୍ତ ପାସପୋର୍ଟର ଆବଶ୍ୟକତା ପଡେ ତେବେ ଗୋଟିଏ ସପ୍ତାହ ମଧ୍ୟରେ ତତ୍କାଳ ପାସପୋର୍ଟ କରିବାର ସୁବିଧା ରହିଛି । ରେଗୁଲାର ପାସପୋର୍ଟ ପରି ଏଥିରେ ସମସ୍ତ ତଥ୍ୟ ଓ ସୂଚନା ଅନଲାଇନରେ ଦେବାକୁ ପଡିଥାଏ । ଏହାପରେ ଜଣେ ପ୍ରଥମଶ୍ରେଣୀ ଗେଜେଟେଡ ଅଫିସରଙ୍କ  ଦ୍ୱାରା ଏହାକୁ ଯାଞ୍ଚ କରାଯାଇଥାଏ । ଏହି ଅଫିସର ଜଣକ ଯାଞ୍ଚ କରିବା ସହ ତାଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିଥାନ୍ତି । ତତ୍କାଳ ପାସପୋର୍ଟ ଆବେଦନ କଲେ ଆପଣଙ୍କୁ ତିନିରୁ ୭ ଦିନ ମଧ୍ୟରେ ଏହା ମିଳି ଯାଇପାରିବ । ଅନ୍ୟପକ୍ଷେ ସାଧାରଣ ପାସପୋର୍ଟ ତିଆରି ପାଇଁ ୧୦ରୁ ୧୩ ଦିନ ଲାଗି ଯାଇଥାଏ ।