Advertisment

ଗେହଲଟ ବାଦ୍‌ ପଡ଼ିଲେ କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ, ରେସ୍‌ରେ ୫ ବରିଷ୍ଠ ନେତା

ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।

ଅଦ୍ୟତନ ହୋଇଛି
Congress President Election

congress president election

Advertisment

ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଅଧ୍ୟକ୍ଷ ପଦର ମୁଖ୍ୟ ଦାବିଦାର ଅଶୋକ ଗେହଲଟଙ୍କ ହାଇଡ୍ରାମା। ଏବେ ମହାସଙ୍କଟରେ ଗେହଲଟ। ଦୁଇ ଦୁଇଟି ଆସନକୁ ହାତ ମୁଠାରେ ରଖିବାକୁ ଚେଷ୍ଟା କରୁଥିଲେ। ଏବେ ଦୁଇଟି ଯାକ ପଦବୀ ହରାଇବାର ଆଶଙ୍କା ଦେଖା ଦେଇଛି। କାରଣ ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।

Advertisment

ଏପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଲାଣି। ଯଦି ଏହି ଦୌଡରୁ ଗେହଲଟ ବାଦ ପଡ଼ନ୍ତି ତେବେ ଅଧ୍ୟକ୍ଷ ପଦ କାହାକୁ ମିଳିବ ? କେଉଁମାନେ ଆଶାୟୀ ପ୍ରାର୍ଥୀ? ଏବେ ଅଧ୍ୟକ୍ଷ ପଦ ପାଇଁ ୫ ଆଶାୟୀଙ୍କ ନାମ ଶୁଣିବାକୁ ମିଳୁଛି। ରାଜସ୍ଥାନ ସଙ୍କଟ ପୂର୍ବରୁ ୨ ଜଣ ଆଶାୟୀ ଗେହଲଟ ଓ ଶଶୀ ଥରୁରଙ୍କ ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଥିଲା। ହେଲେ ଏବେ ସ୍ଥିତି ବଦଳି ଯାଇଛି। ହେଲେ ଏହି ଦୌଡରେ ଅନେକ ନେତା ସାମିଲ ହୋଇ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆଗେଇ ଆସିଥିବା ଶୁଣିବାକୁ ମିଳୁଛି। ତେବେ ଏ ଯାଏ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦେଇ ନାହାନ୍ତି।

ପ୍ରଥମ ଦାବିଦାରଙ୍କ ମଧ୍ୟରେ ଏବେ ବି ଶଶି ଥରୁର ଅଛନ୍ତି। ପୂର୍ବରୁ ଥରୁରଙ୍କ ନାମ ଶୁଣିବାକୁ ମିଳୁଥିଲା । ଏବେ ବି ତାଙ୍କର ନାମ ଆଗରେ ରହିଛି। ଶଶି ଥରୁର ତିରୁବନନ୍ତପୁରମ୍‌ର କଂଗ୍ରେସ ସାଂସଦ, ପୂର୍ବରୁ ସେ ୟୁପିଏ ସରକାର ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ ବିଦେଶ ମନ୍ତ୍ରାଳୟର ରାଜ୍ୟ ମନ୍ତ୍ରୀ ଥିଲେ।

Advertisment

ଦ୍ୱିତୀୟ ନମ୍ବରରେ ଅଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ତାଲିକାରେ ତାଙ୍କ ନାମ ଯୋଡି ହୋଇଛି। ମଲ୍ଲିକାର୍ଜୁନ କଂଗ୍ରେସର ଜଣେ ବରିଷ୍ଠ ନେତା। ଏବେ ସେ କର୍ଣ୍ଣାଟକର ରାଜ୍ୟସଭା ସାଂସଦ ଅଛନ୍ତି। ୨୦୨୧ରୁ ରାଜ୍ୟସଭାରେ ବିପକ୍ଷ ନେତା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୟୁପିଏ ସରକାରରେ ରେଳ ମନ୍ତ୍ରାଳୟଠାରୁ ଆରମ୍ଭ କରି ଅନେକ ବିଭାଗର ମନ୍ତ୍ରୀ ଥିଲେ।

ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ସଙ୍କେତ ଦେଇ ସାରିଲେଣି। ତେବେ ସେ କହିଛନ୍ତି ଯେ, ଯଦି ଏଥିପାଇଁ ହାଇକମାଣ୍ଡ  ଚାହିଁବେ ତେବେ ସେ ନିର୍ବାଚନ ଲଢିବେ । ସେହିପରି କେସି ବେଣୁଗୋପାଲ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପାଇଁ ଦାବିଦାର ଅଛନ୍ତି। ମିଳିଥିବା ଖବର ଅନୁଯାୟୀ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରି ପାରନ୍ତି। କେ ସି ବେଣୁଗୋପାଳ ଏବେ ରାଜସ୍ଥାନ ରାଜ୍ୟସଭା ସାଂସଦ ଅଛନ୍ତି। ଏହି ତାଲିକାରେ ଆଉ ଜଣଙ୍କ ନାମ ରହିଛି। ସେ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ।

Advertisment

ଯାହା ବି ହେଉ, ନାମାନଙ୍କ ପତ୍ର ଦେବାର ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ଥିବାବେଳେ କେଉଁମାନେ ଆବେଦନ କରିବେ ତାହା ସେଦିନ ହିଁ ଜଣାପଡ଼ିବ । ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଅକ୍ଟୋବର ୮ ତାରିଖ। ଯଦି ଏକରୁ ଅଧିକ ଆବେଦନକାରୀ ରହିବେ ତେବେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଏବଂ ୧୯ ତାରିଖ ଫଳାଫଳ ଘୋଷଣା କରାଯିବ।

Congress Maharashtra Congress President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ