Advertisment

Lady IPS Officer: ମୋତେ ସିଧାସଳଖ ଫୋନ କର..., ଡେପୁଟି ସିଏମ୍ ଅଜିତ ପାୱାରଙ୍କୁ ଏମିତି ରୋକଠୋକ୍ କହିଥିଲେ ଲେଡି ଆଇପିଏସ୍ ଅଫିସର. ଜାଣନ୍ତୁ କିଏ ଏହି ଅଞ୍ଜନା କୃଷ୍ଣା ?

ମୋତେ ସିଧାସଳଖ ଫୋନ୍ କର ବୋଲି ଉପମୁଖ୍ୟମନ୍ତ୍ରୀଙ୍କୁ କହିଥିବା ଲେଡି ଆଇପିଏସ୍ ଅଫିସର ହେଉଛନ୍ତି ଅଞ୍ଜନା କୃଷ୍ଣା । ଅଞ୍ଜନାଙ୍କର ପ୍ରାରମ୍ଭିକ ଶିକ୍ଷା ସେଣ୍ଟ ମେରୀଜ୍ ସେଣ୍ଟ୍ରାଲ ସ୍କୁଲରେ ହୋଇଛି । ସେ କେରଳର ଏନଏସଏସ କଲେଜରୁ ବିଏସସି ଗଣିତରେ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ଏହାପରେ ସେ ଯୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରେ ଆଇପିଏସ ଅଫିସର ଭାବେ ନିଯୁକ୍ତି ପାଇଥିଲେ ।

ଅଦ୍ୟତନ ହୋଇଛି
IPS

IPS

Advertisment

ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଲେଡି ଆଇପିଏସ ଅଫିସର ଅଞ୍ଜନା କୃଷ୍ଣାଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଏହି ଭିଡିଓରେ ଅଜିତ ପାୱାର ଆଇପିଏସ ଅଫିସରଙ୍କୁ ଆକ୍ସନ ନେବାର ଧମକ ଦେଉଥିବା ଶୁଣାଯାଇଛି। ଅଜିତ ପାୱାର ଲେଡି ଆଇପିଏସ ଅଫିସରଙ୍କୁ କହିଥିଲେ, “ମୁଁ ଡେପୁଟି ଚିଫ୍ ମିନିଷ୍ଟର କହୁଛି, ଆକ୍ସନ ବନ୍ଦ କର, ତୁମ ଉପରେ ଆକ୍ସନ ନେବି କି? ଏତେ ସାହସ ଅଛି ତୁମେ…?” ଏହି ଭିଡିଓ ମହାରାଷ୍ଟ୍ରର ସୋଲାପୁରରୁ ଆସିଛି। ଏହି ଫୋନକଲରେ ଅଜିତ ପାୱାରଙ୍କୁ ଚିହ୍ନି ପାରିନଥିଲେ ଅଞ୍ଜନା । ଏହାକୁ ନେଇ ଅଜିତ ପାୱାର ରାଗିଯାଇଥିଲେ ଏବଂ ଅଫିସରଙ୍କୁ ଧମକ ଦେଇଥିଲେ। ତେବେ ମହାରାଷ୍ଟ୍ରରେ ଏହା ଏବେ ଏକ ରାଜନୈତିକ ପ୍ରସଙ୍ଗ ହେବାରେ ଲାଗିଛି। ଅଜିତ ପାୱାରଙ୍କ ଦ୍ୱାରା ଅଫିସରଙ୍କୁ ଧମକ ଦିଆଯିବା ଉପରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ରାଉତ କହିଛନ୍ତି, “ତୁମେ ଜଣେ ଆଇପିଏସ ଅଫିସରଙ୍କୁ ଧମକ ଦେଉଛ! ସେ ତ କହନ୍ତି ଯେ ମୁଁ ଅନୁଶାସନହୀନତା ବରଦାସ୍ତ କରିବି ନାହିଁ, ତେବେ ଏହା କ’ଣ?”

Advertisment

ଆଇପିଏସ ଅଫିସର ଅଞ୍ଜନା କୃଷ୍ଣାଙ୍କର ପୂରା ନାଁ ହେଉଛି ଅଞ୍ଜନା କୃଷ୍ଣା ଭିଏସ। ସେ ବର୍ତ୍ତମାନ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର କରମାଲାରେ ପୋଲିସ ଏସଡିପିଓ ଭାବେ କାର୍ଯ୍ୟ କରୁଛନ୍ତି। ଅଞ୍ଜନା କୃଷ୍ଣା ଜଣେ ପ୍ରତ୍ୟୁପନ୍ନମତି ଏବଂ ଦାୟିତ୍ୱସଂପନ୍ନ ଆଇପିଏସ ଅଫିସର ।

ଅଞ୍ଜନା କୃଷ୍ଣା ଭିଏସ ୟୁପିଏସସି ସିଏସଇ ୨୦୨୨-୨୩ରେ ଅଲ୍ ଇଣ୍ଡିଆ ରାଙ୍କ ୩୫୫ ହାସଲ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଞ୍ଜନା କୃଷ୍ଣାଙ୍କର ଜନ୍ମ ତିରୁଅନନ୍ତପୁରମରେ ହୋଇଛି। ତାଙ୍କ ପିତାଙ୍କର କପଡ଼ା ବ୍ୟବସାୟ ଅଛି ଏବଂ ତାଙ୍କ ମାଆ କୋର୍ଟରେ ଟାଇପିଷ୍ଟ ଭାବେ କାମ କରନ୍ତି। ଅଞ୍ଜନାଙ୍କର ପ୍ରାରମ୍ଭିକ ଶିକ୍ଷା ସେଣ୍ଟ ମେରୀଜ ସେଣ୍ଟ୍ରାଲ ସ୍କୁଲରେ ହୋଇଛି । ସେ ନୀରାମଙ୍କରାର ଏନଏସଏସ କଲେଜରୁ ବିଏସସି ଗଣିତରେ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ଏହାପରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରେ କୃତକାର୍ଯ୍ୟ ହୋଇ ଆଇପିଏସ ଅଫିସର ହୋଇଥିଲେ।

Advertisment

ସୋଲାପୁରରେ ବେଆଇନ ଭାବେ ମୋରମ ଖନନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପହଞ୍ଚିଥିଲେ ଅଞ୍ଜନା । ଏହି ସମୟରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ବାବା ଜଗତାପ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଫୋନ କରି ଡିଏସପି ଅଞ୍ଜନା କୃଷ୍ଣାଙ୍କୁ ଫୋନ ଦେଇଥିଲେ। ଅଞ୍ଜନା କୃଷ୍ଣା ସେତେବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସ୍ୱର ଜାଣି ପାରିନଥିଲେ। ଅଜିତ ପାୱାର ନିଜର ପରିଚୟ ଦେଇ ଆକ୍ସନ ବନ୍ଦ କରିବାକୁ କହିଥିଲେ, କାରଣ ମୁମ୍ବାଇରେ ମରାଠା ଆନ୍ଦୋଳନ ଚାଲିଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, ଏହି ଆକ୍ସନ ଏବେ ନେବାର ଆବଶ୍ୟକତା ନାହିଁ।“ତୁମ ଉପରେ ଆକ୍ସନ ନେବି କି, ଏତେ ସାହସ ଅଛି ତୁମେ...”

ଅଜିତ ପାୱାରଙ୍କ କଥା ନ ଶୁଣି ଆଇପିଏସ ଅଫିସର କହିଥିଲେ, “ମୋ ନମ୍ବରକୁ ଫୋନ କର!” ଏହାକୁ ନେଇ ଅଜିତ ପାୱାର ରାଗିଯାଇ କହିଥିଲେ, “କାମ ବନ୍ଦ କର, ତୁମ ଉପରେ ଆକ୍ସନ ନେବି କି, ଏତେ ସାହସ ଅଛି ତୁମେ! ନମ୍ବର ଦିଅ, ଭିଡିଓ କଲ କରୁଛି, ଭିଡିଓ କଲରେ ତ ଚିହ୍ନିବ ନା?” ଏହାପରେ ଅଜିତ ପାୱାର ଅଫିସରଙ୍କ ନମ୍ବର ନେଇ ସିଧାସଳଖ ତାଙ୍କ ଫୋନରେ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ଭିଡିଓ କଲ ସମୟରେ ଅଜିତ ପାୱାର ଅଫିସରଙ୍କୁ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଏବଂ ତହସିଲଦାରଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଡେପୁଟି ସିଏମଙ୍କୁ ଚିହ୍ନି ପାରିଲେନି ଲେଡି IPS ଅଫିସର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ବିବାଦ 

IPS Officer Maharastra Ajit Pawar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ