Advertisment

‘ମୋ ମା’ ରହୁଥିବା ଘର ଆପଣଙ୍କ କାର୍‌ଠୁ ବି ଛୋଟ’; ଓବାମାଙ୍କୁ କାହିଁକି ଏମିତି କହିଲେ ମୋଦି ?

୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।

ଅଦ୍ୟତନ ହୋଇଛି
Modi

Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ସମୟରେ ସେ ୱିଲମିଙ୍ଗଟନ୍ ବାର୍ଷିକ କ୍ୱାଡ ସମ୍ମିଳନୀରେ ଯୋଗଦେବେ। ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି। ଏହି ଗସ୍ତ ଅବସରରେ ଭାରତର ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ମୋଦିଙ୍କ ପୂର୍ବ ଆମେରିକା ଗସ୍ତର କିଛି ସ୍ମରଣୀୟ ମୁହୂର୍ତ୍ତ ମନେପକାଇଛନ୍ତି।

Advertisment

ଆମେରିକାର ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ଅନେକ ବଡ଼ ବଡ଼ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁସମ୍ପର୍କ ସ୍ଥାପନ କରିଛନ୍ତି। ସାଂସ୍କୃତିକ ତଥା ଭୌଗୋଳିକ ପାର୍ଥକ୍ୟକୁ ଦୂର କରିବା ପାଇଁ ସେ ତାଙ୍କ ଜୀବନର ଅଭିଜ୍ଞତାକୁ ବ୍ୟବହାର କରି ବ୍ୟକ୍ତିଗତ ସ୍ତରରେ ବିଶ୍ୱ ନେତାଙ୍କ ସହ ଯୋଡି ହୁଅନ୍ତି। ୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।

ବିନୟ କ୍ୱାତ୍ରା ଏହି ଘଟଣାକୁ "ମୋଦି ଷ୍ଟୋରୀ" ନାମକ ଏକ ୱେବସାଇଟରେ ସେୟାର କରିଛନ୍ତି, ଯାହା ପିଏମ ମୋଦିଙ୍କ ଜୀବନ ସହ ଜଡିତ କାହାଣୀ ଏବଂ ଅନୁଭୂତି ପୋଷ୍ଟ କରିଥାଏ। ୨୦୧୪ରେ ଦୁଇ ନେତାଙ୍କ ମଧ୍ୟରେ ଆନୁଷ୍ଠାନିକ ଆଲୋଚନା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ରାଷ୍ଟ୍ରପତି ଓବାମା ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିଅର୍ ମେମୋରିଆଲ୍ ପରିଦର୍ଶନରେ ବାହାରିଥିଲେ। ୧୦ରୁ ୧୨ମିନିଟର ଡ୍ରାଇଭ୍ ପାଇଁ ସେମାନେ ଓବାମାଙ୍କ ଷ୍ଟ୍ରେଚ୍ ଲିମୋସିନ୍‌ରେ ଏକାଠି ବସିଥିବା ବେଳେ ଉଭୟ ପରିବାର ଉପରେ ଆଲୋଚନା କରିଥିଲେ।

Advertisment

ଏହି ସମୟରେ ଓବାମା ପିଏମ ମୋଦିଙ୍କ ମା’ଙ୍କ ବିଷୟରେ ପଚାରିଥିଲେ। ହସିହସି ମୋଦି କହିଲେ, ଆପଣ ବିଶ୍ୱାସ କରିବେ କି ନାହିଁ ଜାଣିନି। ମାତ୍ର ଆପଣଙ୍କ କାର୍ ମୋ ମାଆ ରହୁଥିବା ଘରର ଆକାର ପରି। କହିବାକୁ ଗଲେ, ଏହି କାର୍‌ଠୁ ବି ଛୋଟ। ଏହା ଆମେରିକାର ରାଷ୍ଟ୍ରପତିଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ସେ ଯେଉଁ ଷ୍ଟ୍ରେଚ୍ ଲିମୋସିନ୍ କାରରେ ବସିଥିଲେ ତାହା ବହୁତ ବଡ଼ ଥିଲା। ଏହା ପରେ ଓବାମା ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧାରଣ ଜୀବନଯାପନ ଓ ସରଳତାର ଗୋଟିଏ ଝଲକ ଦେଖିଥିଲେ।

Advertisment

ତେବେ ଏହି ତିନି ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ଡେଲାୱେରର ୱିଲମିଙ୍ଗଟନରେ ଷଷ୍ଠ କ୍ୱାଡ ଲିଡର ସମ୍ମିଳନୀରେ ଯୋଗଦେବେ। କ୍ୱାଡ୍ ଚାରୋଟି ଦେଶକୁ ଏକାଠି କରେ - ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା |। ୨୦୧୫ ରେ ଭାରତ କ୍ୱାଡ ଲିଡର୍ସ ସମ୍ମିଳନୀ ଆୟୋଜନ କରିବ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଯୋଗଦେଇ ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ସୁରକ୍ଷା ଏବଂ ସହଯୋଗ ବିଷୟରେ ଆଲୋଚନା କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଡାଏସପୋରା ଏବଂ ଆମେରିକାର ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିବେ।

PM Modi Barack Obama
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ