Advertisment

ସାବଧାନ !! ଏହି ସବୁ ମୋବାଇଲ୍‌ରେ ଆଉ କାମ କରିବନି ହ୍ୱାଟ୍ସଆପ୍‌

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ଏଣିକି ଏହି ସବୁ ମୋବାଇଲରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍‌

WhatsApp will stop working on these phones after some days - Check full list here

WhatsApp will stop working on these phones after some days - Check full list here

Advertisment

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହି ସବୁ ମୋବାଇଲ ଫୋନ୍‌ରେ ଆଉ ଚାଲିବ ନାହିଁ ହ୍ୱାଟ୍ସଆପ୍‌। ମୋଟ୍‌ ଉପରେ ଗ୍ରାହକଙ୍କୁ ପୁଣି ଥରେ ହ୍ୱାଟ୍ସସାପ୍‌ ଦେଇପାରେ ବଡ଼ ଝଟକା। ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍‌ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍‌। ତେବେ ଆପଣ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍‌ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ତାଲିକା ମଧ୍ୟ ପ୍ରକାଶ ପାଇଛି। ଆଉ ଯଦି ଏହି ତାଲିକାରେ ଆପଣଙ୍କ ମୋବାଇଲର ନାଁ ରହିଛି ତେବେ ଆପଣ ଅନ୍ୟ ବିକଳ୍ପ ଖୋଜି ନିଅନ୍ତୁ କାରଣ ହ୍ୱାଟ୍ସଆପ୍‌ ବନ୍ଦ ହୋଇଗଲେ ଅଟକିଯାଇପାରେ ଆପଣଙ୍କ ଜରୁରୀ କାମ।

Advertisment

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯଦି ଆପଣଙ୍କର ଆଣ୍ଡ୍ରଏଡ୍‌ର ଓଏସ ୪.୧କିମ୍ବା ତା’ଠାରୁ କମ୍ ଭର୍ସନ ଅଛି, ତେବେ ହ୍ୱାଟ୍ସଆପ ଆପ୍ ଆପଣଙ୍କ ଫୋନରେ ଆଉ ଚାଲିବ ନାହିଁ। ତେଣୁ ଏହି ଲୋକପ୍ରିୟ ଆପ୍‌ ବନ୍ଦ ହେବା ପୂର୍ବରୁ ଆପଣ ସତର୍କ ହୋଇଯାଆନ୍ତୁ। ଏଠାରେ ସ୍ପଷ୍ଟ କରୁଛୁ କି ଆପଣ ଯଦି ଆଇଫୋନ୍‌ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଫୋନରେ ଆଇଓଏସ ୯ କିମ୍ବା ପୁରୁଣା ସଫ୍ଟୱେର୍ ଥିଲେ ହ୍ୱାଟସଆପ ଆପ୍ କାମ କରିବ ନାହିଁ।

ତେବେ ଜାଣିରଖନ୍ତୁ କେଉଁ କେଉଁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍‌...

ଲେନୋଭୋ ଏ୮୨୦, ଏଚଟିସି ଡିଜାୟାର ୫୦୦, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ସାମସଙ୍ଗ ଗାଲାକ୍ସି ଏକ୍ସକଭର ୨, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ୨, ସୋନି ଏକ୍ସପେରିଆ ଏମ, ଲେନୋଭୋ ଏ୮୨୦, ସାମସଙ୍ଗ ଗାଲାକ୍ସି କୋର, ସାମସଙ୍ଗ ଗାଲାକ୍ସି ଏସ୨, ଏଲଜି ଲୁସିଡ ୨, ଏଲଜି ଅପ୍ଟିମସ ଏଲ୩ ଡୁଆଲ, ଜିଓଫୋନ୍, ଜିଓଫୋନ୍ ୨, ଆଇଫୋନ ଏସଇ ୧୬,୩୨, ୬୪ଜିବି, ଆଇଫୋନ୍ ୬ଏସ ପ୍ଲସ୍ ୧୬,୩୨, ୬୪ଏବଂ ୧୨୮ଜିବି, ଆଇଫୋନ୍ ୬ଏସ, ୧୬,୩୨, ୬୪ଏବଂ ୧୨୮ଜିବି ଆଦି ଫୋନ୍‌ରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍‌। ଏହାସହ ଆଉ କେଉଁ କେଉଁ ଫୋନ୍‌ରେ ହ୍ୱାଟ୍ସଆପ୍‌ କାମ କରିବ ନାହିଁ ତାହାର ପୁଣି ଏକ ନୂଆ ତାଲିବା କମ୍ପାନୀ ପ୍ରକାଶ କରିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଯଦି ଆପଣ ଏହି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ନିକଟସ୍ଥ ମୋବାଇଲ ରିଟେଲରଙ୍କ ସହ ଯୋଗାଯୋଗ କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment
WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ