Advertisment

ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର; ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ ହେବ

ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂଆ ଫିଚରକୁ ନେଇ କାମ କରୁଛି। ଏହା ହେଉଛି ବିଟା ରେଷ୍ଟର୍ସ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରିବା। ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଓ iOS ଉଭୟ ପାଇଁ ହେବ। ବର୍ତ୍ତମାନ ଏହି ଫିଚର ଆର୍ଜେଟିନାରେ ଜାରି କରାଯାଇଛି।

Whatsapp users may share upto 2gb data

Whatsapp users may share upto 2gb data

Advertisment

ମେସେଜିଂ ଆପ୍ ହ୍ୱାଟ୍ସଆପ୍ ପ୍ରାୟ ସମୟରେ କିଛି ନା କିଛି ନୂଆ ଫିଚର ନେଇ ଆସିଥାଏ। ବର୍ତ୍ତମାନ ଏହି ଆପ୍ ଏକ ନୂଆ ଫିଚରକୁ ନେଇ କାମ କରୁଛି। ଏହା ହେଉଛି ବିଟା ରେଷ୍ଟର୍ସ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରିବା। ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଓ iOS ଉଭୟ ପାଇଁ ହେବ। ବର୍ତ୍ତମାନ ଏହି ଫିଚର ଆର୍ଜେଟିନାରେ ଜାରି କରାଯାଇଛି। ତେବେ ଏହାଛଡା ଏହା ଆଉ କୋଉ ସ୍ଥାନରେ ଆସିବ ଏନେଇ କୌଣସି ସୂଚନା ଦିଆଯାଇନି।

Advertisment

ଆମେ ସମସ୍ତେ ଜାଣୁ ଯେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମିଡିଆ ଫାଇଲ୍‌କୁ ଏକ ନିର୍ଦ୍ଦିଷ୍ଟ୍ ସାଇଜ୍‌ ପର୍ଯ୍ୟନ୍ତ ଶେୟାର୍ କରିବାର ଅନୁମତି ଦେଇଥାଏ। ଏମିତି କି ଗୁଗୁଲ୍ ଅଧିନରେ ଥିବା ଜିମେଲ୍ ମଧ୍ୟ ଥରକରେ ୨୫ଏମ୍‌ବିରୁ ଅଧିକ ଫାଇଲ୍ ଆଟାଚମେଣ୍ଟକୁ ଅନୁମତି ଦେଉ ନାହିଁ।

ବର୍ତ୍ତମାନ ସମୟରେ ଲୋକେ ହାଇ ମେଗାପିକ୍ସେଲ୍ ଲେନ୍ସ ବ୍ୟବହାର କରୁଥିବାରୁ ଏହା ହାଇ ରିଜୋଲୁଶନ ଇମେଜ୍ ଓ ଭିଡିଓ ତିଆରି କରୁଛି, ଯାହାର ସାଇଜ୍ ଖୁବ୍ ବଡ। ଆଜିକାଲି ଏସବୁକୁ ଶେୟାର କରିବା ନେଇ ହ୍ୱାଟ୍ସଆପ୍ ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏନେଇ ଫାଇଲ୍ ଲିମିଟ୍ ଅଧିକ ଆବଶ୍ୟକତା ହେଉଛି।

Advertisment

ଏହି ସବୁ ଭିଡିଓ ଓ ଫଟୋକୁ ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ପଠେଇବାକୁ ହେଲେ କୌଣସି ଥାର୍ଡ ପାର୍ଟି ଆପ୍ ମାଧ୍ୟମରେ ଏହାର ସାଇଜ୍‌କୁ କମ୍ କରିବା ପାଇଁ ଏଡିଟ୍ କରିବାକୁ ପଡୁଛି। ଏହାଛଡା ମିଡିଆ ଫାଇଲକୁ କମ୍ପ୍ରେସ୍ କରିବା ଦ୍ୱାରା ଏହାର କ୍ୱାଲିଟିରେ ମଧ୍ୟ ପ୍ରଭାବ ପଡୁଛି। ଫଳରେ ଫଟୋ ବା ଭିଡିଓ ଦେଖିବାରେ ଅଲଗା ଲାଗୁଛି।

ବର୍ତ୍ତମାନ ସମୟରେ ହ୍ୱାଟ୍ସଆପ୍ ୧୦୦ ଏମ୍‌ବି ପର୍ଯ୍ୟନ୍ତ ମିଡିଆ ଫାଇଲ୍‌କୁ ଆପ୍‌ ମାଧ୍ୟମରେ ଛାଡିବା ନେଇ ଅନୁମତି ଦେଉଛି। କିନ୍ତୁ ଏହି ନୂଆ ଅପଟେଡ୍ ଆପ୍ ଦ୍ୱାରା ଲୋକେ ବିନା ଚିନ୍ତାରେ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରି ପାରିବେ।

Advertisment

ହ୍ୱାଟ୍ସଆପ୍ ଟେଙ୍କର, WABetaInfo ର କହିବା କଥା, ଏହି ନୂଆ ଫିଚର ବର୍ତ୍ତମାନ କେବଳ ଆର୍ଜେଟିନାର କିହିଚ୍ ବିଟା ଟେଷ୍ଟର୍ସ ପାଇଁ ଉପଲବ୍ଧ। ତେବେ ପରବର୍ତ୍ତି ରୋଲ୍‌ଆଉଟ୍‌ରେ ଏହାକୁ ବଦଳାଇ ଯାଇପାରେ। ହ୍ୱାଟ୍ସଆପ୍ ବର୍ତ୍ତମାନ ଥିବା ୧୦୦ଏମ୍‌ବିର ଲିମିଟ୍ ରଖିପାରେ ଓ ୨ଜିବି ଫାଇଲ୍‌ର ବିଚାରକୁ ଛାଡିପାରେ।

India News WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ