Advertisment

ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର, ହ୍ୱାଟ୍ସଆପ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା... ଜାଣନ୍ତୁ କେମିତି?

ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।

ଅଦ୍ୟତନ ହୋଇଛି
Whatsapp

Whatsapp

Advertisment

ନୂଆଦିଲ୍ଲୀ: ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।

Advertisment

ୟୁଜର୍ସଙ୍କ ପାଇଁ ଖୁସି ଖବର ଦେଇଛି ହ୍ୱାଟ୍ସଆପ। ନିଜ ପ୍ଲାଟଫର୍ମରୁ ଟଙ୍କା ଟ୍ରାନ୍ସଫର କରୁଥିବା ଲୋକଙ୍କୁ ହ୍ୱାଟ୍ସଆପ ଦେଉଛି ୫୧ ଟଙ୍କା କ୍ୟାସବ୍ୟାକ। ଆଣ୍ଡ୍ରଏଡ଼ ବିଟା ଭର୍ସନ 2.21.20.3ରେ ଏହି ଅଫରକୁ ପ୍ରମୋଟ କରିବାକୁ ଏକ ବ୍ୟାନର ବ୍ୟବହାର କରାଯାଉଛି। ବ୍ୟାନରରେ ଲେଖାଯାଇଛି ‘Give cash, get ₹51 back’। ବିଜନେସ ଇନସାଇଡରର ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ ୟୁଜର୍ସ ବିଭିନ୍ନ କଣ୍ଟାକ୍ଟକୁ ଟଙ୍କା ପଠାଇଲେ ୫୧ ଟଙ୍କା କ୍ୟାସବ୍ୟାକ ମିଳୁଛି। ଜଣେ ୟୁଜର ୫ ଥର ପେମେଣ୍ଟ କଲେ ପ୍ରତ୍ୟେକ ଥର ୫୧ ଟଙ୍କା କ୍ୟାସବ୍ୟାକ ପାଇ ପାରିବେ। ଏହିଭଳି ୟୁଜର୍ସ ୨୫୫ ଟଙ୍କା କ୍ୟାସବ୍ୟାକ ପାଇ ପାରିବେ।

Advertisment

୨୦୧୮ ମସିହାରେ WhatsApp Payକୁ ଟ୍ରାଏଲ ରନ ଭାବେ ଲଞ୍ଚ କରାଯାଇଥିଲା। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ NPCI ଠୁ ମଞ୍ଜୁରୀ ମିଳିବା ପରେ ଗତ ବର୍ଷ ଏହି ସେବା ଜନତାଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଜଣେ ୟୁଜର ହ୍ୱାଟ୍ସଆପ ବିଟାର ଲାଭ ଉଠାଇବାକୁ ହେଲେ ପ୍ରଥମେ Google Play ଖୋଲିବାକୁ ହେବ। ଏଥିରେ ହ୍ୱାଟ୍ସଆପ ସର୍ଚ୍ଚ କରି ‘I’m in‘ରେ ଟ୍ୟାପ କରନ୍ତୁ। ତାପରେ ‘Join‘ କରିବାର କିଛି ଘଣ୍ଟା ପରେ ଆପଣ ବିଟା ୟୁଜର୍ସ ହୋଇପାରିବେ।

ତେବେ ଏହି ଅଫର ସମସ୍ତଙ୍କ ପାଇଁ ଲାଗୁ ନୁହେଁ। କେବଳ ଆଣ୍ଡ୍ରଏଡ଼ ବିଟା ଟେଷ୍ଟର ହିଁ ଏହାର ଫାଇଦା ଉଠାଇ ପାରିବେ। ବିଟା ଆପ ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ ହୋଇଛି। ସେଥିପାଇଁ ଏହା ସାଧାରଣ ୟୁଜର୍ସଙ୍କୁ ଦେଖାଦେବ ନାହିଁ। ଏହି ଫିଚର ଚାଟ ଲିଷ୍ଟ ଉପରେ ଏକ ବ୍ୟାନର ଅଛି ଯାହା ୟୁଜର୍ସଙ୍କୁ ଅଫର ବିଷୟରେ ଦର୍ଶାଇଥାଏ। ଖୁବ୍ ଶୀଘ୍ର ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରାଯିବ ।

Advertisment
India WhatsApp Cashback
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ