Advertisment

ହ୍ୱାଟ୍ସଆପରେ ତଥ୍ୟ ସୁରକ୍ଷିତ ନୁହେଁ, ୨୦୦ କୋଟି ଆକାଉଣ୍ଟ୍‌ ଉପରେ ନଜର

ଧରା ପଡିଛି ଫେସବୁକର ମିଛ। ହ୍ୱାଟ୍‌ସଆପରେ ସୁରକ୍ଷିତ ନୁହେଁ ଆପଣଙ୍କ ତଥ୍ୟ। ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ମିଛ ପଦାକୁ ଆସିଛି। ହ୍ୱାଟସ୍‌ଆପ୍‌କୁ ଫେସ୍‌ବୁକ୍‌ ଅଧିଗ୍ରହଣ କରିବା ପରେ ଅନେକ ଫିଚର ପରିବର୍ତ୍ତନ କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ବୋଲି କୁହାଯାଇଥିଲା । ମାତ୍ର କିଛି ତଥ୍ୟ ଲିକ୍‌ ହୋଇଥିବା କଥା କୁହାଯାଇଛି ।

ଅଦ୍ୟତନ ହୋଇଛି
undefined

whatsapp

Advertisment

ନୂଆଦିଲ୍ଲୀ: ଧରା ପଡିଛି ଫେସବୁକର ମିଛ। ହ୍ୱାଟ୍‌ସଆପରେ ସୁରକ୍ଷିତ ନୁହେଁ ଆପଣଙ୍କ ତଥ୍ୟ। ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ମିଛ ପଦାକୁ ଆସିଛି। ହ୍ୱାଟସ୍‌ଆପ୍‌କୁ ଫେସ୍‌ବୁକ୍‌ ଅଧିଗ୍ରହଣ କରିବା ପରେ ଅନେକ ଫିଚର ପରିବର୍ତ୍ତନ କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ବୋଲି କୁହାଯାଇଥିଲା । ମାତ୍ର କିଛି ତଥ୍ୟ ଲିକ୍‌ ହୋଇଥିବା କଥା କୁହାଯାଇଛି । ଏବେ ପ୍ରାୟ ୨୦୦ କୋଟି ଆକାଉଣ୍ଟର ତଥ୍ୟ ଲିକ୍‌ ହୋଇଥିବା ନଜରକୁ ଆସିଛି। ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀଙ୍କର ପ୍ରାଇଭେସି ଉପରେ ଏହା ପ୍ରଭାବ ପକାଉଛି ବୋଲି ସୂଚନା ମିଳିଛି । କମ୍ପାନୀ ପକ୍ଷରୁ କରାଯାଇଥିବା ଦାବି କେବଳ ପାଣିର ଗାର ବୋଲି କୁହାଯାଉଛି।

Advertisment

ଆହୁରି ପଢନ୍ତୁ : DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍‌

ଫେସ୍‌ବୁକ୍‌ କମ୍ପାନୀର ଦାବି ଅନୁସାରେ ହ୍ୱାଟସ୍‌ଆପ୍‌ ମେସେଜ୍‌, ଫଟୋ ଏବଂ ଭିଡିଓକୁ ଏହାର ସେଣ୍ଡର ଏବଂ ରିସିଭରଙ୍କ ବ୍ୟତୀତ ଅନ୍ୟ କେହି ଦେଖିପାରିବେ ନାହିଁ। ମାତ୍ର ଏହାକୁ ଅନ୍ୟମାନେ ଜାଣି ପାରୁଛନ୍ତି ବୋଲି ପ୍ରୋପବ୍ଲିକ୍‌ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି ।

Advertisment

ହ୍ୱାଟସ୍‌ଆପ୍‌ ଏଣ୍ଡଟୁ ଏଣ୍ଡ ଏନ୍‌କ୍ରିପସନ୍‌ର ପ୍ଲାଟଫର୍ମ ପାଇଁ ଜଣାଶୁଣା । ଏଠାରେ ମେସେଜ୍‌ ପଠାଉଥିବା ବ୍ୟକ୍ତି ଏବଂ ପାଉଥିବା ବ୍ୟକ୍ତି ମେସେଜ୍‌କୁ ପଢିବା କଥା । ଏଥିରେ ତୃତୀୟ ପକ୍ଷ ଏହାକୁ ପଢି ପାରିବେ ନାହିଁ ବୋଲି କୁହାଯାଉଛି । ମାତ୍ର ରିପୋର୍ଟ ଅନୁସାରେ ଏପରି କିଛି ନୁହେଁ ବୋଲି ଦର୍ଶାଯାଇଛି । କେବଳ କଣ୍ଟେଟ୍‌ ରିଭ୍ୟୁ କରିବା ପାଇଁ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା କଂପାନୀ ପକ୍ଷରୁ ସଫେଇ ଦିଆଯାଇଛି। ଏହା ବ୍ୟବହାରକାରୀଙ୍କ ଗୋପନୀୟତାକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି।

India WhatsApp Facebook Data Privacy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ