Advertisment

ଏହି ନମ୍ବରରେ WhatsAppରେ ଆସୁଛି କି କଲ୍‌ ? ସାବଧାନ ରୁହନ୍ତୁ, ଭୁଲ୍‌ରେ କରନ୍ତୁ ନାହିଁ ଏହିସବୁ କାମ...

ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍‌ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନେକ ଲୋକଙ୍କୁ +92 କୋଡ୍‌ ମୋବାଇଲ୍‌ ନମ୍ବରରୁ WhatsAppରେ କଲ୍‌ ଆସୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Whatsapp Call From 92 Code Then Know What Will Do

Whatsapp Call From 92 Code Then Know What Will Do

Advertisment

ହ୍ୱାଟ୍ସଆପ୍‌(WhatsApp) ମାଧ୍ୟମରେ ୟୁଜର୍ସଙ୍କୁ ଟାର୍ଗେଟ୍‌ କରାଯାଉଛି। ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍‌ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। କିଛିଦିନ ହେବ WhatsAppରେ ଏକ ନୂଆ ସ୍କାମ୍‌ ଚାଲିଛି। ଅନେକ ଲୋକଙ୍କୁ +92 କୋଡ୍‌ ମୋବାଇଲ୍‌ ନମ୍ବରରୁ WhatsAppରେ କଲ୍‌ ଆସୁଥିବା ଦେଖିବାକୁ ମିଳିଛି।

Advertisment

 WhatsAppରେ ଆସୁଥିବା ଏହି କଲ୍‌ ମାଧ୍ୟମରେ ୟୁଜର୍ସଙ୍କୁ ପ୍ରଥମେ ଲଟେରୀ କିମ୍ବା ପୁରସ୍କାର ଜିତିବା ପ୍ରଲୋଭନ ଦେଖାଯାଉଛି। ଏହାପରେ କିଛି ୟୁଜର୍ସ ପ୍ରଲୋଭନରେ ପଡ଼ି ବ୍ୟକ୍ତିଗତ ତଥ୍ୟ ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିବା ଯୋଗୁ ଠକାମିର ଶିକାର ହେଉଛନ୍ତି। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, +92 ପାକିସ୍ତାନର କଣ୍ଟ୍ରି କୋଡ୍‌। ଭାରତର କଣ୍ଟ୍ରି କୋଡ୍‌ +91। ତେଣୁ ଶୁଣିବାକୁ ମିଳୁଛି ଯେ, ପାକିସ୍ତାନରୁ ଏହି କଲ୍‌ ସବୁ ଆସୁଛି। ହେଲେ ଅନେକ ଥର ଭର୍ଚୁଆଲ୍‌ରେ ମଧ୍ୟ ଏଭଳି ନମ୍ବର ଉପଲ୍ଲବ୍ଧ କରାଯାଇଥାଏ। ଯାହାକୁ ଆପଣ ବିଶ୍ୱରେ କୌଣସି ସ୍ଥାନରେ ଥାଇ ବି Access କରିପାରିବେ। ତେଣୁ ସବୁ କଲ୍‌ ପାକିସ୍ତାନରୁ ଆସୁଥିବ ବୋଲି ଏହା ଜଣାପଡ଼ିନି। 

Advertisment

+92 କଣ୍ଟ୍ରି କୋଡ୍‌ ନମ୍ବରରୁ କଲ୍‌ ଆସିଲେ କରନ୍ତୁ ଏହି କାମ...

  • WhatsAppରେ +92 କଣ୍ଟ୍ରି କୋଡ୍‌ ନମ୍ବରରେ କଲ୍‌ ଆସିଲେ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ୍‌। ଯଦି ଏଭଳି କୋଡ୍‌ ନମ୍ବରରୁ ଆପଣଙ୍କୁ କଲ୍‌ ଆସୁଛି ଓ ଏହି ନମ୍ବର ଆପଣ ଜାଣି ନାହାନ୍ତି, ତା’ହେଲେ ଆପଣ କଲ୍‌ ଉଠାନ୍ତୁ ନାହିଁ।
  • ଖାଲି କଲ୍‌ ନୁହେଁ ଏଭଳି କୋଡ୍‌ ନମ୍ବରରେ ରିପ୍ଲାଏ କରନ୍ତୁ ନାହିଁ। ପ୍ରୋଫାଇଲ୍‌ ଫଟୋର ପ୍ରଶଂସା କରି ହ୍ୟାକର୍ସମାନେ ୟୁଜର୍ସଙ୍କୁ ଜାଲରେ ଫସାଇଥାନ୍ତି। ତେଣୁ ଏଭଳି ସ୍ଥିତିରେ +92 କଣ୍ଟ୍ରି କୋଡ୍‌ ନମ୍ବରରେ ଆସୁଥିବା କଲ୍‌ ଉଠାନ୍ତୁ ନାହିଁ।
  • ଯଦି ଆପଣଙ୍କୁ ବାରମ୍ବାର ବାରମ୍ବାର କଲ୍‌ ଆସୁଛି, ତା’ହେଲେ ଆପଣ ସିଧାସଳଖ ଏହି ନମ୍ବରକୁ ବ୍ଲକ୍‌ କରି ଦିଅନ୍ତୁ। ଫଳରେ ଏଭଳି ନମ୍ବରରେ ଆପଣଙ୍କୁ ଦ୍ୱିତୀୟ ଥର ପାଇଁ କଲ୍‌ କି ମେସେଜ୍‌ ଆସିବ ନାହିଁ। ଏଭଳି ନମ୍ବରକୁ ଆପଣ ରିପୋର୍ଟ ମଧ୍ୟ କରିପାରିବେ। ଯଦି ଆପଣ କୌଣସି ଠକାମିର ଶିକାର ହେଉଛନ୍ତି, ତା’ହେଲେ ଏନେଇ ଆପଣ ସାଇବର ସେଲ୍‌ରେ ଅଭିଯୋଗ କରିପାରିବେ। 
WhatsApp WhatsApp Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ