Advertisment

ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ କ’ଣ ସବୁ ପରିବର୍ତ୍ତନ ହେବ

ଲୋକସଭାରେ ଚାଲିଛି ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା। ଏହି ଅବସରରେ ଆସନ୍ତୁ ଜାଣିନେବା, ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଉପରେ। ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ।

ଅଦ୍ୟତନ ହୋଇଛି
Personal Data Protection Bill 2023

What will change if the Women's Protection Bill becomes law

Advertisment

ଲୋକସଭାରେ ଚାଲିଛି ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା। ଗତକାଲି କେନ୍ଦ୍ର ସରକାର ନୂଆ ସଂସଦ ଭବନକୁ ପ୍ରବେଶ ସହ ଆଣିଥିଲେ ମହିଳା ସଂରକ୍ଷଣ ବିଲ୍‌। ଏହି ବିଲ୍‌ ସଂସଦରେ ପାରିତ ହେଲେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ଲୋକସଭା ଓ ରାଜ୍ୟର ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ।

Advertisment

ଆଲୋଚନା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛି ବିଜେପି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି ଆଲୋଚନାରେ ଭାଗ ନେଇଥିଲେ। ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଅଛି ବୋଲି କହିଛନ୍ତି ସୋନିଆ ଗାନ୍ଧି।

ସେ ଭାବପ୍ରବଣ ହୋଇ କହିଛନ୍ତି ଯେ “ମୋ ଜୀବନସାଥୀ ରାଜୀବ ଗାନ୍ଧି ହିଁ ପ୍ରଥମେ ଏହି ବିଲ୍ ଆଣିଥିଲେ। ଏହି ବିଲ୍ ପାରିତ ହେଲେ ରାଜୀବଙ୍କ ସ୍ୱପ୍ନ ପୂରଣ ହୋଇଯିବ। ବିଲ୍ କୁ କଂଗ୍ରେସ ସମର୍ଥନ କରୁଛି” ବୋଲି ସୋନିଆ ଗାନ୍ଧି କହିବା ସହିତ ବିଲ୍‌ରେ SC, ST, OBC ବର୍ଗଙ୍କୁ ମଧ୍ୟ ସାମିଲ୍ କରାଯାଉ ବୋଲି ଦାବି ରଖିଛନ୍ତି।

Advertisment

ଏହି ଅବସରରେ ଆସନ୍ତୁ ଜାଣିନେବା, ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଉପରେ। ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ।

  • ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ହେବ
  • ସମ୍ବିଧାନର ଧାରା ୨୩୯ Aର ସଂଶୋଧନ ହେବ। ଫଳରେ ଦିଲ୍ଲୀ ବିଧାନସଭାରେ ମହିଳା ସଂରକ୍ଷଣ ମିଳିବ।
  • ରାଜ୍ୟଗୁଡ଼ିକରେ ଥିବା ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ହେବ
  • ୧୫ ବର୍ଷ ଯାଏଁ ଏହି ନିୟମ ଲାଗୁ ରହିବ। ଯଦି, ସିଟ୍ ବଢ଼େ ତା’ହେଲେ ସଂରକ୍ଷଣ ବି ବଢ଼ିବ।
Advertisment
Parliament Personal Data Protection Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ