Advertisment

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ନିଷ୍ପତ୍ତି କ’ଣ ନେବେ ? ପ୍ରଶ୍ନର ଏମିତି ଉତ୍ତର ରଖିଲେ ରାହୁଲ ଗାନ୍ଧି...

ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍‌ କରି ସେ ଲେଖିଥିଲେ, ‘ସେଣ୍ଟ୍‌ ଯୋସେଫ୍‌ ସ୍କୁଲ୍‌ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍‌ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’

Rahul Gandhi

Rahul Gandhi

Advertisment

ନୂଆଦିଲ୍ଲୀ: କିଛି ମାସ ପୂର୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାମିଲନାଡୁ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ତାମିଲନାଡୁର ମୁଲାଗୁମୁଦୁ ସ୍ଥିତ ସେଣ୍ଟ୍‌ ଯୋସେଫ୍‌ ସ୍କୁଲ୍‌ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ପାରମ୍ପରିକ ଡ୍ୟାନ୍ସ ମଧ୍ୟ କରିଥିଲେ। ଗତକାଲି ସନ୍ଧ୍ୟାରେ ରାହୁଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍‌ କରି ସେ ଲେଖିଥିଲେ, ‘ସେଣ୍ଟ୍‌ ଯୋସେଫ୍‌ ସ୍କୁଲ୍‌ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍‌ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’ ଏହାସହ ରାହୁଲ ଆହୁରି ଲେଖିଛନ୍ତି, ସଂସ୍କୃତିର ଏହି ମିଳନ ଦେଶର ସବୁଠାରୁ ବଡ ଶକ୍ତି ଏବଂ ଆମକୁ ଏହା ବଞ୍ଚାଇ ରଖିବାକୁ ପଡ଼ିବ’।

Advertisment

କିଛି ମାସ ପୂର୍ବେ ରାହୁଲ ଗାନ୍ଧି ତାମିଲନାଡୁର ମୁଲାଗୁମୁଦୁ ସ୍ଥିତ ସେଣ୍ଟ୍‌ ଯୋସେଫ୍‌ ସ୍କୁଲ୍‌ଯାଇଥିଲେ। ସେଠାର କିଛି ଲୋକ କିଛି ଦିନ ପୂର୍ବେ ଦିଲ୍ଲୀ ଆସିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଡିନର କରିଥିଲେ। ରାହୁଲ ଶେଆର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ, ଯଦି ସରକାର ଗଢ଼ନ୍ତି, ତା’ହେଲେ ପ୍ରଧାନମନ୍ତ୍ରୀ ଭାବେ ଆପଣ ପ୍ରଥମ ନିଷ୍ପତ୍ତି କ’ଣ ନେବେ ? ଏହାର ଉତ୍ତରରେ ୫୧ ବର୍ଷୀୟ ରାହୁଲ କହିଥିଲେ, ମହିଳାମାନଙ୍କ ପାଇଁ ସଂରକ୍ଷଣକୁ ନେଇ ନିଷ୍ପତ୍ତି ନେବି। 

Advertisment

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଅବସରରେ ରାହୁଲ କହିଥିଲେ, ଯଦି ମୋତେ ପଚରାଯାଏ କି ଆପଣ ଆପଣଙ୍କ ପିଲାଙ୍କୁ କ’ଣ ଏକ ଜିନିଷ ଶିଖାଇବେ, ତା’ହେଲେ ଏହାର ଉତ୍ତରରେ ମୁଁ ବିନମ୍ରତା କହିବି। ଏହାସହ ଡିନର୍‌ରେ କ’ଣ ନେବାକୁ ଚାହିଁବେ ବୋଲି ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ। ଏହାପରେ ରାହୁଲ ନିଜେ କହିଥିଲେ, କ’ଣ ଏଠାରେ ଛୋଲା ଭଟୁରା ଖାଇବାର ବ୍ୟବସ୍ଥା ହୋଇପାରିବ କି ? ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ମାର୍ଚ୍ଚରେ ରାହୁଲ ଗାନ୍ଧି ତାମିଲନାଡୁର ମୁଲାଗୁମୁଦୁ ସ୍ଥିତ ସେଣ୍ଟ୍‌ ଯୋସେଫ୍‌ ସ୍କୁଲ୍‌ ଯାଇଥିଲେ।

Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ