Advertisment

"ଦରଦାମ ବୃଦ୍ଧି ଆମର ଦୋଷ ନୁହେଁ ପାଣିପାଗର ଦୋଷ"

ହାତ ଟେକି ଦେଲେ ସରକାର, କହିଲେ- ଆଳୁ, ଟମାଟର ଏବଂ ପିଆଜ ଦାମ ପାଣିପାଗ ଉପରେ ନିର୍ଭର କରେ

Onion Price

Onion Price

Advertisment

ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆଉ ଏହାର ପ୍ରଭାବ ଲୋକଙ୍କ ଉପରେ ସିଧାସଳଖ ଭାବରେ ପଡ଼ୁଛି। କିନ୍ତୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା। ସେ କହିଛନ୍ତି, ପିଆଜ, ଆଳୁ ଓ ବିଲାତିର ଦର ପାଣିପାଗ ଉପରେ ନିର୍ଭର କରେ। କାରଣ ଖରାପ ପାଣିପାଗ ହୋଇଗଲେ ଅଚାନକ ଏସବୁ ସାମଗ୍ରୀର ଦର ବଢିଯାଏ। ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣନ୍ତି ହଠାତ୍‌ ବର୍ଷା କିମ୍ବା ଖରା ହେଲେ ଫସଲ ବୁଣିବା ପ୍ରଭାବିତ ହୁଏ। ତେଣୁ ଦରଦାମ ବୃଦ୍ଧି ହୁଏ, ଆଉ ଏଥିରେ ସରକାରଙ୍କ କଣ ଦୋଷ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ପ୍ରହ୍ଲାଦ।

Advertisment

ସଂସଦରେ ଚାଲିଥିବା ବଜେଟ୍‌ ଅଧିବେଶନରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଫସଲ, ଫଳ ଏବଂ ପନିପରିବା ପାଇଁ ପରିବହନ ଏବଂ ଭଣ୍ଡାରରେ ୫୦ ପ୍ରତିଶତ ସରକାର ସବସିଡି ଦେଉଛନ୍ତି। କେବଳ ଏତିକି ନୁହେଁ ବରଂ ବଜାରରେ କେମିତି ଦର କଂଟ୍ରୋଲ ହୋଇ ରହିବ ସେନେଇ କେନ୍ଦ୍ର ସରକାର ବିଭିନ୍ନ ସରକାରଙ୍କ ସହ ଆଲୋଚନା କରୁଥିବା ବେଳେ ଅଫିସରମାନେ ଅଚାନକ ଗୋଦାମରେ ଚଢାଉ ମଧ୍ୟ କରୁଛନ୍ତି। ହେଲେ ଅନେକ ସମୟରେ ଲୋକମାନେ କୁହନ୍ତି କି ଦରଦାମ ବୃଦ୍ଧି ହେଉଛି। କିନ୍ତୁ ଦରଦାମ ବୃଦ୍ଧିରେ ସରକାରଙ୍କ କୌଣସି ଦୋଷ ନଥିବା ସିଧାସିଧା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ବଜେଟ୍‌ ଅଧିବେଶନରେ ଦରଦାମ ନିୟନ୍ତ୍ରଣ ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ଏମିତି ଢଙ୍ଗରେ ଉତ୍ତର ରଖିଥିଲେ ମନ୍ତ୍ରୀ। ଏହାସହ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ, ସରକାର ସବୁବେଳେ ଚାହାଁନ୍ତି ଦରଦାମ ନିୟନ୍ତ୍ରଣରେ ରହୁ କିନ୍ତୁ କେତେକାଂଶରେ ସେଥିରେ ସାମାନ୍ୟ ବ୍ୟତିକ୍ରମ ହୁଏ। କିନ୍ତୁ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ କରିବା ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Onion Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ