Advertisment

ମେଡିସିନ୍‌ ଷ୍ଟ୍ରିପ୍‌ରେ କାହିଁକି ରହିଥାଏ ଏହି ନାଲି ଗାର ? ଜାଣନ୍ତୁ...

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।

ଅଦ୍ୟତନ ହୋଇଛି
Why does Medicine packets Have Red Line

Medicine Strip

Advertisment

ଆମ ଚାରିପାଖରେ ଏମିତି ବହୁତ କିଛି ଜାଣିବାକୁ ଅଛି, ଯାହାକୁ ଆମେ ପ୍ରାୟ ପ୍ରତିଦିନ ଦେଖୁ । କିନ୍ତୁ ପ୍ରକୃତରେ ତାହାର ଅର୍ଥ କ’ଣ ଆମେ ଜାଣିନାହୁଁ । ଯଦି ଔଷଧ କଥା କହିବା । ଆପଣ ନିଶ୍ଚୟ ଅନେକ ଥର ଔଷଧ ଦୋକାନରୁ ଔଷଧ କିଣିଥିବେ । ତେବେ ଆପଣ ଏମିତି ଅନେକ ୱଷଧ ଦେଖିଥିବେ ଯାହାର ଷ୍ଟ୍ରିପ୍‌ରେ ନାଲି ଗାର ପଡ଼ିଥାଏ । ଏହି ନାଲି ଷ୍ଟ୍ରିପ୍ ପଛରେ ଏକ ବଡ଼ କାରଣ ରହିଛି । ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ ।

Advertisment

ତେବେ ହଠାତ୍‌ ଆମେ ଏକଥା କାହିଁକି କହୁଛୁ । ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ତେବେ ଏହାର ସିଧା ସିଧା ଉତ୍ତର ହେଲା, ଲୋକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ଆଉ ଲୋକଙ୍କୁ ସଚେତନ କରିବା । କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।

Advertisment

ତେବେ ସେହି କମେଣ୍ଟରେ କିଛି ୟୁଜର ସଠିକ୍‌ କାରଣ ମଧ୍ୟ କହିଛନ୍ତି । ହେଲେ ସେସକୁ କିଛି ଲୋକ ଥଟ୍ଟାରେ ଉଡ଼ାଇ ଦେଇଛନ୍ତି । ତେଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା । ଆଉ ଏହି ପ୍ରସଙ୍ଗ ଉଠିଥିବା ଯୋଗୁଁ ଲୋକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି । ଅନ୍ୟପଟେ ଏହି ଆଲୋଚନ ସରକାରଙ୍କ ଆଖିରେ ମଧ୍ୟ ପଡ଼ିଛି । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏହି ନାଲି ଗାରକୁ ନେଇ ପ୍ରକୃତ କାରଣ କୁହାଯାଇଛି ।

ଅଧିକ ପଢ଼ନ୍ତୁ: କାହିଁକି ଗୁଇନ୍ଦା କାମ କରେ ପାରା...କ’ଣ ରହିଛି ଏହା ପଛର ରହସ୍ୟ...ଜାଣିଲେ ହୋଇଯିବେ ତାଜୁବ୍

Advertisment

ଆସନ୍ତୁ ଜାଣିବା କ’ଣ ଏହାର ଅର୍ଥ...

ମୁମ୍ବାଇର ସବୁଠାରୁ ପ୍ରସିଦ୍ଧ କୋକିଲାବେନ୍ ହସ୍ପିଟାଲର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଯେଉଁ ଔଷଧଗୁଡ଼ିକର ଷ୍ଟ୍ରିପ୍‌ରେ ନାଲି ଗାର ରହିଥାଏ, ସେହି ଔଷଧଗୁଡ଼ିକ ସାଧାରଣତଃ ରିସ୍କି ଥାଏ । ଏହାକୁ ଡାକ୍ତରଙ୍କ ବିନା ପରାମର୍ଶରେ ବା ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ଦୋକାନୀ ବିକ୍ରି କରିପାରିବେ ନାହିଁ । କିମ୍ବା ରୋଗୀଙ୍କ ଦ୍ୱାରା ଏହାକୁ କିଣାଯାଇପାରିବ ନାହିଁ । ଏହିପରି ଔଷଧ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଜରୁରୀ ।

Medicine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ