Advertisment

ହୁଗୁଳି ହିଂସା ପାଇଁ ଦାୟୀ କିଏ? ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।

ଅଦ୍ୟତନ ହୋଇଛି
West Bengal violence

West Bengal violence

Advertisment

ଜମାରୁ କମୁନି 'ହୁଗୁଳି' ତାତି । ପୁଣି ଉତ୍ତେଜନା, ପଥରମାଡ଼ । ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ । ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ । ଗତକାଲି ମଧ୍ୟ ହୁଗୁଳି ଜିଲ୍ଲା ରିଶ୍ରା ଠାରେ ରାତିରେ ସ୍ଥିତି ଅଣାୟତ୍ତ ହୋଇଥିଲା । ବିଳମ୍ବିତ ରାତିରେ ରିଶ୍ରା ଲେବୁଲ କ୍ରସିଂ ନିକଟରେ ପଥରମାଡ଼ ହୋଇଛି । ଦୁର୍ବୃତ୍ତଙ୍କ କବଳରୁ ଏକ ଟ୍ରେନ୍ ବି ରକ୍ଷା ପାଇନଥିଲା । ଟ୍ରେନ୍ ଉପରକୁ ହୋଇଥିଲା ପଥରମାଡ଼ । ଷ୍ଟେସନରେ ସାଧାରଣ ଜନତାଙ୍କ ଉପରକୁ ଟେକାପଥର ଫିଙ୍ଗିବାରୁ ସାଧାରଣ ଲୋକଙ୍କର କ୍ଷତି ହେବା ସହ ରେଳବାଇର ସମ୍ପତ୍ତି ବି ନଷ୍ଟ ହୋଇଛି।

Advertisment

ଫଳରେ ହାଓଡ଼ା-ବଣ୍ଡେଲ୍ ଲୋକାଲ ମେଲ ଏବଂ ଏକ୍ସପ୍ରେସ ଟ୍ରେନ ସେବା ପ୍ରାୟ ୩ ଘଣ୍ଟା ପାଇଁ ସ୍ଥଗିତ ରଖିଥିଲା କେଳ ବିଭାଗ । ଗତକାଲି ସକାଳେ ରିଶ୍ରା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ, ଦୋକାନବଜାର ବନ୍ଦ ରହିଛି। ପୋଲିସ ଫ୍ଲାଗମାର୍ଚ୍ଚ କରିଛି, ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୫୦ ଜଣଙ୍କୁ ଗିରଫ କରିଛି ପୋଲିସ । ରିଶ୍ରା ଷ୍ଟେସନକୁ ଜଗିଛି ଦଙ୍ଗା ନିୟନ୍ତ୍ରଣ ବଳ।...

ତେବେ ଏଇଠି ପ୍ରଶ୍ନ ଉଠୁଛି ହୁଗୁଳି ହିଂସା ପାଇଁ ଦାୟୀ କିଏ? ଏହାକୁ ନେଇ ଶାସକ ଟିଏମ୍ସି ଓ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ, ରାଜନୈତିକ ତାତି ବି ବଢ଼ିବାରେ ଲାଗିଛି ।...ଏନେଇ ଗୋଟିଏ ଟୁଇଟ କରିଛନ୍ତି ଟିଏମ୍ସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ସେଥିରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଜଣେ ଯୁବକ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି । ଏହାର ଜବାବରେ ଆଉ ଏକ ଭିଡିଓ ଟୁଇଟ୍ କରିଛି ପଶ୍ଚିମବଙ୍ଗ ବିଜେପି ।

Advertisment

ଦାବି କରିଛି ଯେ, ଏହା ହାଓଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ରାମନବମୀ ଶୋଭାଯାତ୍ରା ନୁହେଁ । ଅଭିଷେକ ବାନାର୍ଜୀ ମିଛ ଭିଡିଓ ପୋଷ୍ଟ କରି ହିନ୍ଦୁଙ୍କୁ ନିନ୍ଦିତ କରିବାକୁ ଏବଂ ଧର୍ମ ଆଧାରରେ ଲୋକଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।... ତେଣେ ଅଭିଷେକ ଟୁଇଟ କରିଥିବା ଭିଡିଓ ଆଧାରରେ, ରାଲିରେ ବନ୍ଧୁକ ଧରିଥିବା ଯୁବକକୁ ବିହାର ମୁଙ୍ଗେରରୁ ଗିରଫ କରିଛି ପୋଲିସ ।...

ପଶ୍ଚିମବଙ୍ଗ ହିଂସା ଘଟଣାରେ ଗତକାଲି ପୂର୍ବ ମେଦିନିପୁରରେ ବିଜେପି ବିରୋଧରେ ଗର୍ଜିଛନ୍ତି ମମତା। ହିଂସା ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ । ବିଜେପି ବାହାରୁ ଗୁଣ୍ଡାଙ୍କୁ ଭଡ଼ାରେ ଆଣୁଛି । ଏହା ସାଂପ୍ରଦାୟିକ ହିଂସା ନୁହେଁ, ଅପରାଧିକ ହିଂସା ବୋଲି କହିଛନ୍ତି ମମତା । ଅନ୍ୟପକ୍ଷରେ ବିଜେପି ହିଂସାକାଣ୍ଡର NIA ତଦନ୍ତ ଦାବି କରିଛି । ଆଜି ହିଂସାକାଣ୍ଡକୁ ନିନ୍ଦା କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୋଲିସ ଉପସ୍ଥିତିରେ ହିଂସା ହେଉଥିଲେ ବି, ସେମାନେ ଚୁପ୍ ରହୁଥିବା ଅଭିଯୋଗ ଆଣିଛି ବିଜେପି ।...

Advertisment
Mamata Banerjee Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ