Advertisment

Onlineରେ ବାହାଘର, Zomatoରେ ଭୋଜି

ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।

ଅଦ୍ୟତନ ହୋଇଛି
West Bengal couple to marry 400 people today through google meet and zomato online food order

West Bengal couple to marry 400 people today through google meet and zomato online food order

Advertisment

ବିଶ୍ୱରେ କରୋନା ଏବେ ହଇଚଇ ସୃଷ୍ଟି କରି ରଖିଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଯୋଗୁଁ ବିବାହରେ ମଧ୍ୟ ବିଶେଷ ପ୍ରଭାବ ପଡିଛି । ଏମିତି କି ଅନେକ ରାଜ୍ୟରେ ବିବାହ ସମ୍ବନ୍ଧରେ କରୋନା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିପାଇଁ ବିବାହକୁ ଆସୁଥିବା ଅତିଥି ଏବଂ ସମ୍ପର୍କୀୟଙ୍କ ସଂଖ୍ୟା ସୀମିତ ରଖାଯାଇଛି ।

Advertisment

କରୋନା କାଳରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଅନ୍‌ଲାଇନ୍‌ ଉପରେ ନିର୍ଭର କରି ରହିଥାନ୍ତି । ଏମିତିକି ଏହାର ପ୍ରଭାବ ଅନଲାଇନ୍ ମିଟିଂ ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଦେଖାଯାଉଛି ଏବଂ ଲୋକମାନେ ନିଜ ଅଫିସ୍‌ କାମ ମଧ୍ୟ ୱର୍କ ଫର୍ମ ହୋମ୍‌ ମାଧ୍ୟମରେ କରୁଛନ୍ତି । ଯେଉଁଥିପାଇଁ କରୋନା ବୃଦ୍ଧି ହେବାର ଆଶଙ୍କା ମଧ୍ୟ କମିଯାଉଛି ।

Google Meet ବିବାହ  Zomato ଭୋଜି

ଏହି ସମୟରେ ପଶ୍ଚିମବଙ୍ଗର ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ଗତ ୨୪ ଜାନୁୟାରୀରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଥିପାଇଁ କରୋନା ପ୍ରୋଟୋକଲ୍ ଅନୁସରଣ କରି ସେ ମୋଟ ୪୦୦ ଲୋକଙ୍କ ମଧ୍ୟରେ ତାଙ୍କ ବିବାହ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି , ଯଦି ୪୦୦ ଲୋକଙ୍କ ମଧ୍ୟରେ ବିବାହ ହୁଏ ତେବେ ଏଠାରେ କୋଭିଡ୍ ପ୍ରୋଟୋକଲ୍ କେଉଁଠାରେ ଅନୁସରଣ କରାଯାଇଛି ?

Advertisment

ସୂଚନା ଅନୁସାରେ,ସାଣ୍ଡିପନ୍ ସାର୍କ ଏବଂ ଆଦିତ୍ୟ ଦାସଙ୍କ ବିବାହ ଗୁଗୁଲ୍ ମିଟ୍ ତଥା ଜୁମ୍‌ ଆପ୍‌ ମାଧ୍ୟମରେ ହୋଇଛି । ଯାହା ଅଧୀନରେ ତାଙ୍କ ଘରେ ହେବାକୁ ଥିବା ବିବାହରେ ସମୁଦାୟ ଶହେ ଲୋକ ଯୋଗଇଛନ୍ତି । ଏହାସ ଗୁଗୁଲ୍ ମିଟ୍‌ରେ ୩୦୦ ଅତିଥି ଯୋଗ ହେଦେଇଛନ୍ତି । ବିବାହରେ ଅତିଥିଙ୍କ ପାଇଁ ଜୋମାଟୋ ମାଧ୍ୟମରେ ସୁସ୍ୱାଦୁ ଖାଦ୍ୟ ବିତରଣ କରାଯାଇଛି । ନୂତନ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇ ଅତି ଆନନ୍ଦରେ ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ହୋଇଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ନିଜ ସମ୍ପର୍କୀୟଙ୍କ ସହ ଏକ ନିଆରା ବିବାହ କରି ଉଭୟ ଦମ୍ପତ୍ତି ଚର୍ଚ୍ଚାରେ ଆସିଛନ୍ତି ।

Zomato Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ