Advertisment

ମୋଦିଙ୍କୁ ଭେଟିଲେ ମମତା: ଦିଦିଙ୍କ ଦାବିକୁ ମାନିନେଲେ ମୋଦି?

ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ।

ମୋଦିଙ୍କୁ ଭେଟିଲେ ମମତା: ଦିଦିଙ୍କ ଦାବିକୁ ମାନିନେଲେ ମୋଦି?

NarendraModi-Mamataa

Advertisment

ନୂଆଦିଲ୍ଲୀ: ମୋଦିଙ୍କି ଭେଟିଲେ ଦିଦି। ୫ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ମୋଦିଙ୍କୁ ଭେଟିସାରିବା ପରେ ମମତା କହିଛନ୍ତି ଯେ, ତୃତୀୟ ଥର ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ଲାଗି ସମୟ ମାଗିଥିଲି। ତେବେ ମୋଦି ଜୀ ସମୟ ମଧ୍ୟ ଦେଇଥିଲେ। ଏହି ସାକ୍ଷାତ୍ କୌଣସି ବ୍ୟକ୍ତିଗତ ନୁହେଁ ବରଂ ପୂରା ସରକାରୀ ଭାବରେ ରହିଥିଲା ବୋଲି ମମତା କହିଛନ୍ତି।

Advertisment

ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦେବା ଲାଗି କେନ୍ଦ୍ର ସରକାର କହୁଛନ୍ତି କିନ୍ତୁ ଆମ ଜନସଂଖ୍ୟା ଅନୁସାରେ ଆମକୁ ପର୍ଯ୍ୟାପ୍ତ ଟିକା ମିଳୁନାହିଁ ଯାହାଦ୍ୱାରା ଆମେ ନାନା ଅସୁବିଧାର ସମ୍ମୁଖୀନ ହେଉଛୁ। ଏନେଇ ମୋଦିଙ୍କୁ ଅବଗତ କରିଥିଲି ଆଉ ମୋଦି ମଧ୍ୟ ଆବଶ୍ୟକ ଅନୁସାରେ ଟିକା ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋଦି-ମମତା ଆଲୋଚନାକୁ ନେଇ ଆଜି ଦିନତମାମ୍‌ ପୂରା ଚର୍ଚ୍ଚା ଲାଗିରହିଛି।

Advertisment

କାରଣ ବଙ୍ଗରେ ମମତା ବିରାଟ ବିଜୟ ହାସଲ କରିବା ପରେ ଏବେ ଜାତୀୟ ରାଜନୀତିକୁ ସେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, କେନ୍ଦ୍ରରେ ଶାସନ କପୁଥିବା ମୋଦି ସରକାରଙ୍କ ବିରୋଧରେ ସମସ୍ତ ବିରୋଧୀଙ୍କୁ ଏକାଠି କରିବା ଲାଗି ଦିଲ୍ଲୀ ଗସ୍ତରେ ମମତା ଯାଇଛନ୍ତି ବୋଲି କୁହାଯାଉଛି। କେବଳ ମୋଦି ନୁହେଁ ବରଂ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ମମତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ଆସନ୍ତାକାଲି କଂଗ୍ରେସର ଅନ୍ତରୀଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମମତା କାଲି ଭେଟିବେ। ଏହାସହ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରୋଧୀ ଦଳର ନେତାଙ୍କୁ ମମତା ତାଙ୍କର କାର୍ଯ୍ୟାଳୟ ନୁହେଁ ବରଂ ସେମାନଙ୍କ ଆବାସିକ ବାସଭବନରେ ଭେଟୁଛନ୍ତି। ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।

Mamata Banerjee India BJP TMC Politics NarendraModi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ