Advertisment

ଆଜି ମମତାଙ୍କ ଭାଗ୍ୟ ପରୀକ୍ଷା

ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।

ଅଦ୍ୟତନ ହୋଇଛି
ଜୟ ଶ୍ରୀରାମ ଶୁଣି ରାଗିଗଲେ ମମତା

mamata banerjee

Advertisment

କୋଲକାତା: ବିପୁଳ ଭୋଟରେ ବିଜୟୀ ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଆଜି ହେବ ମମତାଙ୍କ ଭାଗ୍ୟ ପରୀକ୍ଷା। ପଶ୍ଚିମବଂଗ ଭବାନୀପୁର ଉପନିର୍ବାଚନର ବାହାରିବ ଫଳାଫଳ। ସକାଳ ୭ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଭବାନୀପୁରରେ କଡ଼ା ସୁରକ୍ଷାବଳୟ ଭିତରେ ଷ୍ଟ୍ରଙ୍ଗ ରୁମରେ ଭୋଟ୍ ଗଣତି କରାଯାଉଛି। ଭୋଟ ଗଣତି କେନ୍ଦ୍ର ମାନଙ୍କରେ ୨୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ସମଗ୍ର ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। ଭୋଟ ଗଣତି କେନ୍ଦ୍ରର ୨ଶହ ମିଟର ପର୍ଯ୍ୟନ୍ତ ସମସ୍ତ ସ୍ଥାନ ମାନଙ୍କରେ ୧୪୪ ଧାରା ଲଗାଯାଇଛି।

Advertisment

ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କା ତିବ୍ରିୱାଲ୍‌ଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି। ଏହାଛଡ଼ା ପଶ୍ଚିମବଂଗର ଜାଙ୍ଗିପୁର ଓ ସମଶେରଗଂଜ ଆସନରେ ବି ଉପନିର୍ବାଚନ ଲାଗି ଭୋଟ ଗଣତି ହେଉଛି।

Advertisment

ସେପ୍ଟେମ୍ବର ୩୦ ରେ ରାଜ୍ୟର ଭବାନୀପୁର, ଜାଙ୍ଗିପୁର ଏବଂ ସାମସରଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ କରାଯାଇଥିଲା। ଏହି ନିର୍ବାଚନରେ ଭବାନୀପୁର ଆସନ ପାଇଁ ୫୭ ପ୍ରତିଶତ ଲୋକ ମତଦାନ କରିଥିବାର ସୂଚନା ମିଳିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ କେବଳ ଭୋଟ ଗଣତି କରୁଥିବା କର୍ମଚାରୀଙ୍କୁ ହିଁ କଲମ ଏବଂ କାଗଜ ବ୍ୟବହାର କରିବାକୁ ଅନୁମତି ଦିଆଯିବ। କେବଳ ରିଟର୍ନିଂ ଅଫିସର ଏବଂ ସୁପରଭାଇଜର ଫୋନ୍ ବ୍ୟବହାର କରିପାରିବେ। କୋଲକାତାର ସାଖୱାଟ ମେମୋରିଆଲ ସ୍କୁଲରେ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୧ ରାଉଣ୍ଡ, ସମସେରଗଞ୍ଜ ପାଇଁ ୨୬ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀ ପାଇଁ ୨୪ ରାଉଣ୍ଡରେ ଭୋଟ୍ ଗଣତି କରାଯିବ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀ ପରାସ୍ତ ହୋଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଏହି ଉପ-ନିର୍ବାଚନରେ ​​ଜିତିବାକୁ ପଡ଼ିବ। ଜାଙ୍ଗିପୁର ଏବଂ ସମସେରଗଞ୍ଜ ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏପ୍ରିଲରେ ଏହି ନିର୍ବାଚନକୁ ବାତିଲ କରିବାକୁ ପଡିଥିଲା।

Advertisment
Mamata Banerjee Result West Bengal ByPoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ